ଭୁବନେଶ୍ବର: ସ୍କୁଲ ବସର ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆକ୍ସନମୋଡକୁ ଆସିଛନ୍ତି। ରାଜ୍ୟରେ ଚାଲୁଥିବା ସମସ୍ତ ଘରୋଇ ସ୍କୁଲବସ୍ ଗୁଡିକର ଅଗ୍ନି ନିରାପତ୍ତା ଯାଂଚ ହେବା ନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାସହ ସ୍କୁଲ ବସ ଚଳାଉଥିବା ସମସ୍ତ ବସ୍ ମାଲିକ ଓ ସ୍କୁଲଗୁଡିକୁ ନିୟମ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିୟମ ମୁତାବକ ସ୍କୁଲ ବସ୍ ଗୁଡିକର ଅଗ୍ନି ନିରାପତ୍ତା ନିୟମିତ ଯାଂଚ କରାଯିବ। ଯଦି କୌଣସି ବସ୍ ମାଲିକ ଏନେଇ ନିୟମର ଉଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ରାଜ୍ୟ ପରିବହନ କମିସନର ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି।
ସ୍କୁଲ ବସ୍ରେ ନିୟମିତ ହେବ ଅଗ୍ନି ନିରାପତ୍ତା ଯାଞ୍ଚ
/sambad/media/post_attachments/wp-content/uploads/2024/07/6-30.jpg)
/sambad/media/agency_attachments/2024-07-24t043029592z-sambad-original.webp)