ଝାରସୁଗୁଡ଼ା: ପବିତ୍ର ଖ୍ରୀଷ୍ଟମାସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ପ୍ଳାଂଟ ଓ ଟାଉନସିପରେ ସେଫ୍ଟି ସାନ୍ତା ଜରିଆରେ ନିରାପତା ଅଭିଯାନର ପ୍ରସାର କରିଛି। କଂପାନିର ସୁରକ୍ଷା କର୍ମଚାରୀମାନେ ସାନ୍ତାକ୍ଲଜ ପରିଧାନ କରି ବିଭିନ୍ନ ପ୍ଲାଂଟ ସାଇଟ ଓ ଘରକୁ ଘର ବୁଲି କାର୍ଯ୍ୟରେ ନରାପତାବିଷୟ ଉପରେ ଗୁରୁତ୍ୱ ଦେଇଥିଲେ ।
ସୁରକ୍ଷା ସଚେତନତା ହେଉଛି ଏକ ପ୍ରାଥମିକ ଦିଗ ଓ ଏହି ଅଧିବେଶନ ଗୁଡ଼ିକ କଂପାନିର ନିରାପତ୍ତା ଓ ସୁରକ୍ଷା ସଂସ୍କୃତି ଗଠନରେ ଏକ ଉପଯୋଗୀ ଉପକରଣ । କଂପାନି ଏହାର କର୍ମଚାରୀ, ବ୍ୟବସାୟ ସହଭାଗୀ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଓ ନିରପତ୍ତା ବିଷୟରେ ସଚେତନ କରିଥାଏ। ଏହି ଉଦ୍ଦେଶ୍ୟରେ ସାନ୍ତା ଜରିଆରେ ସମାଜକୁ ସୁରକ୍ଷା ସଚେତନତାର ବାର୍ତ୍ତା ଦେବା କଂପାନିର ଉଦ୍ଦେଶ୍ୟ ।
ଉତ୍ସବରେ ଆନନ୍ଦ ମହୋତ୍ସବ କରିବା ବ୍ୟତୀତ ଝାରସୁଗୁଡ଼ାରେ ସୁରକ୍ଷା ସାନ୍ତା ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ଅଗ୍ନି ନିରାପତା ବାହିନୀ, ବ୍ୟକ୍ତିଗତ ପ୍ରତିରକ୍ଷା ଯନ୍ତ୍ରପାତି ପାଳନ ଓ ବୈଦ୍ୟୁତିକ ଯନ୍ତ୍ରପାତିର ସୁରକ୍ଷା ଦିଗରେ ସଚେତନତା ସମସ୍ତଙ୍କୁ ଉତ୍ସାହିତ କରିଥିଲା ।
କଂପାନିର ଅନନ୍ୟ ସୁରକ୍ଷା ପଦକ୍ଷେପ ବିଷୟରେ ସିଇଓ ସୁନିଲ ଗୁପ୍ତା କହିଥିଲେ ଯେ- ଆମ କର୍ମକ୍ଷେତ୍ରରେ ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡକୁ ବଜାୟ ରଖିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ନିରାପତ୍ତା ସାନ୍ତା ଭଳି ଅଭିନବ ପଦକ୍ଷେପ ମାଧ୍ୟମରେ ଆମେ ପ୍ରସାରକୁ ଏକ ମଜାଳିଆ ଶୈଳୀରେ ସବୁ ମହଲରେ ପ୍ରସାର କରିପାରିଥିବାରୁ ଆନନ୍ଦିତ।
ବେଦାନ୍ତ ଆଲୁମିନିୟମ ବୈଷୟିକୀ ଜ୍ଞାନ କୌଶଳ ଓ ଆଚରଣ ପଦ୍ଧତିକୁ ସୁରକ୍ଷା ସହିତ ଜଡ଼ିତ କରିବା ଲାଗି ପ୍ରୟାସ ଜାରି ରଖିଛି । କଂପାନି ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ଗୁଡ଼ିକ ହେଉଛି:
- ସୁରକ୍ଷା ସଂକଳ୍ପ ଯାହାକି କାର୍ଯ୍ୟସ୍ଥଳରେ ନିର୍ଦ୍ଧିଷ୍ଟ ଥିମ ଉପରେ ସୁରକ୍ଷା ସଚେତନତା ପ୍ରସାର କରିବା ପାଇଁ ସଚେତନତା ଅଭିଯାନ ।
- ଝାରସୁଗୁଡ଼ାରେ ଏକ ସର୍ବ ମହିଳା ଅଗ୍ନିବାହିନୀ ଯେଉଁମାନେ ଜରୁରୀ ସମୟରେ ସହାୟତା ପାଇଁ ପ୍ରଶିକ୍ଷିତ ହୋଇଛନ୍ତି ।
- ପ୍ଲାଂଟ ଓ ବାହାରେ କର୍ମଚାରୀ ଓ ବ୍ୟବସାୟୀ ସହଭାଗୀମାନଙ୍କୁ ସୁରକ୍ଷା ସଚେତନତା ପ୍ରଦାନ ଇତ୍ୟାଦି ବ୍ୟାପକ ସୁରକ୍ଷା ସଚେତନତା ପ୍ରସାର ଦିଗରେ କଂପାନି ପକ୍ଷରୁ ଯତ୍ନ ନିଆଯାଉଛି ।
- ନିୟମିତ ମକ୍ ଡ୍ରିଲ୍ସ ଏବଂ ସୁରକ୍ଷା କ୍ୟାମ୍ପେନ ଜାତୀୟ ବିପର୍ଯ୍ୟୟ ହ୍ରାସ ବଳ (ଏନଡିଆରଏଫ) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓଏସଡିଏମଏ) ଙ୍କ ସହଯୋଗରେ ସୁରକ୍ଷା ସଚେତନତା ଅଧିବେଶନ ଆୟୋଜିତ ହୋଇଛି ।
- ‘ପେହେଚାନ୍’ ସୁରକ୍ଷା ଇନଡକ୍ସନ୍ ପ୍ରୋଗ୍ରାମ୍ ଯାହା ନୂତନ ନିଯୁକ୍ତମାନଙ୍କ ମଧ୍ୟରେ ଏକ ସୁରକ୍ଷା- ସଂସ୍କୃତି ଗଠନ କରିବାକୁ ଏବଂ ସେମାନଙ୍କୁ ଦୃଡ ସୁରକ୍ଷା ପରିଚାଳନା ପ୍ରଣାଳୀ ସହିତ ପରିଚିତ କରିବାକୁ ଚେଷ୍ଟା କରେ ।
- ଫାୟାର ଷ୍ଟିୱାର୍ଡ ପଦକ୍ଷେପ ଯେଉଁଥିରେ ଅଗ୍ନି ନିରାପତା କର୍ମଚାରୀମାନେ ବ୍ୟବସାୟ ସହଭାଗୀମାନଙ୍କୁ ଅଗ୍ନି ନିରାପତା, ଅନସାଇଟ୍ ଜରୁରୀକାଳୀନ ଯୋଜନା ଏବଂ ଅଗ୍ନି ନିର୍ବାପକ ମୌ ଳିକ ବିଷୟରେ ସଚେତନ କରନ୍ତି ।
- ଅଗ୍ନି, ବୈଦ୍ୟୁତିକ ଏବଂ ଘରୋଇ ସୁରକ୍ଷା ବିଷୟରେ କମ୍ପାନିର କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବିଦ୍ୟାଳୟ ଛାତ୍ର ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ ତାଲିମ ଅଧିବେଶନ ।
ଏହି ଅଧିବେଶନରେ ଅଂଶଗ୍ରହଣ କରିଥିବା କର୍ମଚାରୀଙ୍କ ମଧ୍ୟରୁ ସଂଜୀବ କୁମାର ଜେନା କହିଛନ୍ତି, “ବେଦାନ୍ତ ଆଲୁମିନିୟମ ଦ୍ୱାରା ପରିଚାଳିତ ଅଧିବେଶନ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୂଚନାଯୋଗ୍ୟ ଥିଲା । କର୍ମଚାରୀଙ୍କ ପରିବାର, ବିଶେଷକରି ପିଲାମାନେ, ନିରାପଦ ଅଭ୍ୟାସକୁ ଗ୍ରହଣ କରିବା ପାଇଁ ଅଧିକ ଗ୍ରହଣୀୟ ଅଟନ୍ତି, ଯେତେବେଳେ ସେମାନେ ଏହି ପରି ସ୍ମରଣୀୟ ଉପାୟରେ ରିଲେ କରନ୍ତି, ଯାହାକି ବାସ୍ତବିକ ଗୁରୁତ୍ୱପୂର୍ଣ ଅଟେ । ଏହିପରି ସଚେତନତା ଶିବିର ଆୟୋଜନ କରିଥିବାରୁ ମୁଁ କମ୍ପାନିକୁ ଧନ୍ୟବାଦ ଦେଉଛି ଯାହା ଆମକୁ ସୁରକ୍ଷିତ ରଖିବାରେ ସରଳ ସୁରକ୍ଷା ବ୍ୟବସ୍ଥା ଏବଂ ଅଭ୍ୟାସ କିପରି ସାହାଯ୍ୟ କରେ ତାହା ବୁଝାଇଥାଏ । ”
ବେଦାନ୍ତ ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ ଓ ଆର୍ଥିକ ବର୍ଷ ୨୨ରେ ୨.୨୬ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନ କରିଛି । ଏହା ବିଶ୍ୱଶ୍ରେଣୀର ୧.୭୫ ଏମଟିପିଏ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ଓ ଝାରସୁଗୁଡ଼ାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।