ନିରପତ୍ତାଜନିତ ଆଧୁନିକୀକରଣ କାର୍ଯ୍ୟ : କଟକ ପରିବର୍ତ୍ତେ ନରାଜ ଦେଇ ଯିବ ନନ୍ଦନକାନନ ଏକ୍ସପ୍ରେସ୍‌

ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥ ଅନ୍ତର୍ଗତ କଟକ-ଭଦ୍ରକ ରେଳ ସେକ୍ସନରେ କଟକ ଓ କେନ୍ଦ୍ରାପଡ଼ା ରୋଡ଼ ଷ୍ଟେସନ ମଧ୍ୟରେ ନିରାପତ୍ତାଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଚଳିତ ମାସ ୧୦ ତାରିଖରେ କେତେକ ଟ୍ରେନ୍‌ ପରିବର୍ତ୍ତିତ ମାର୍ଗରେ ଯାତ୍ରା କରିବା ସହିତ କିଛି ଲୋକାଲ୍‌ ପାସେଞ୍ଜର୍‌ ଟ୍ରେନ୍‌କୁ ବାତିଲ/ଆଂଶିକ ବାତିଲ କରାଯାଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାରୁ ଜଣାପଡ଼ିଛି ଯେ, କଟକ-ଭଦ୍ରକ, କେନ୍ଦୁ୍‌ଝରଗଡ଼-ଭୁବନେଶ୍ୱର ଓ କଟକ-ପାରଦୀପ ପାସେଞ୍ଜର୍‌ ଉଭୟ ଦିଗରୁ ବାତିଲ୍‌ କରାଯାଇଛି। ବ୍ରହ୍ମପୁର-କଟକ ପାସେଞ୍ଜର୍‌ ବାରଙ୍ଗ ଓ କଟକ ମଧ୍ୟରେ, କଟକ-ପୁରୀ ପାସେଞ୍ଜର୍‌ କଟକ ଓ ବାରଙ୍ଗ ଏବଂ ପଲାସା-କଟକ ପାସେଞ୍ଜର୍‌ ଉଭୟ ଦିଗରୁ ମଞ୍ଚେଶ୍ୱର ଓ କଟକ ମଧ୍ୟରେ ବାତିଲ ରହିବ। ସେହିପରି ଜୁନ୍‌ ୯ରେ ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ନନ୍ଦନକାନନ ଏକ୍ସପ୍ରେସ୍‌, ଯଶୋବନ୍ତପୁର-କାମାକ୍ଷା ଏବଂ ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍‌, ଜୁନ୍‌ ୧୦ରେ ହାଓଡ଼ାରୁ ଛାଡ଼ିବାକୁ ଥିବା ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍‌, ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ରାଜଧାନୀ ଓ ପୁରୀରୁ ଛାଡ଼ିବାକୁ ଥିବା ନୀଳାଚଳ ଏକ୍ସପ୍ରେସ୍‌ ଏବଂ ଉଭୟ ଦିଗରୁ ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍‌ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ କପିଳାସ ରୋଡ଼ଠାରେ ରହଣି କରିବ। ଏହି ଷ୍ଟେସନରୁ ହିଁ ଏକ୍ସପ୍ରେସ୍‌ଗୁଡ଼ିକ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ।

ଏହି ଟ୍ରେନ୍‌ ଗୁଡ଼ିକରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ପୂର୍ବତଟ ରେଳ ପକ୍ଷରୁ କଟକ ଓ କପିଳାସ ରୋଡ଼ ଷ୍ଟେସନ ମଧ୍ୟରେ ମାଗଣା ବସ୍‌ ସେବା ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର