ରାଉରକେଲା : ଆସନ୍ତାକାଲି ରାଉରକେଲା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଜିଲ୍ଲା, ପୁଲିସ ଓ ଆରଏସପି ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ସହରରେ ମୋଟ ୩୫ ପ୍ଲାଟୁନ ପୁଲିସ ଫୋର୍ସ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛିl ରାଉରକେଲା ବିମାନ ବନ୍ଦରରୁ ଏନଆଇଟି, ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ ପର୍ଯ୍ୟନ୍ତ ଯାଞ୍ଚ କଡ଼ାକଡ଼ି କରାଯିବ। ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ବୋମା ନିଷ୍କ୍ରିୟ ଦଳ, ଡଗ ସ୍କ୍ଵାଡ଼ ଦ୍ୱାରା ଏନଆଇଟି, ହସ୍ପିଟାଲ ପରିସରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି।

Advertisment

publive-image

ବିମାନ ବନ୍ଦରରୁ ଏନଆଇଟି ପରେ ଏନଆଇଟିରୁ ରାଉରକେଲା ହାଉସ ଓ ସେଠାରୁ ସୁପର ସ୍ପେସିଆଲିଟି ହସ୍ପିଟାଲ ପର୍ଯ୍ୟନ୍ତ କାରକେଡ଼ ରିହାରସେଲ କରାଯାଇଥିଲା। ପଶ୍ଚିମାଞ୍ଚଳ ଆଇଜି କବିତା ଜାଲନ, ଏସପି ମୁକେଶ କୁମାର ଭାମୁ, ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଗତକାଲି ରାତିରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲାl