କଟକ : ସାଗରିକା ଚିଟଫଣ୍ତ ମାମଲାରେ ଗିରଫ ହୋଇ ଜେଲରେ ଥିବା ସଂସ୍ଥାର ନିର୍ଦ୍ଦେଶକ ସଞ୍ଜିତ ଭୌମିକ ଓ ମିଥୁନ ଚାଟାର୍ଜୀଙ୍କ ଜାମିନ ଆବେଦନ କଟକ ଡେଜିଗନେଟେଡ୍ କୋର୍ଟ ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ସାଗରିକା ଚିଟଫଣ୍ଡ ମାମଲାରେ ୨୦୧୭, ମାର୍ଚ୍ଚ ୮ରେ ପଶ୍ଚିମବଙ୍ଗର ମେଦିନୀପୁରରୁ କ୍ରାଇମବ୍ରାଞ୍ଚ ଅର୍ଥ ନୈତିକ ଅପରାଧ ଶାଖା(ଇଓଡବ୍ଲୁ) ସଂସ୍ଥାର ଦୁଇ ନିର୍ଦ୍ଦେଶକ ଶିବୁ ଦାସ ଓ ସତ୍ୟେନ୍ ମାନିକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ ରିମାଣ୍ତରେ ନେଇ ପଚରା ଉଚୁରା କରିଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୯ରେ ସାଗରିକା ସ˚ସ୍ଥା ପୁରୀ, ଢେଙ୍କାନାଳ, ନୟାଗଡର ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲି ଲୋଭନୀୟ ଯୋଜନା ମାଧୢମରେ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ସ˚ଗ୍ରହ କରିଥିଲା। ଜମା ଅର୍ଥ ଦୁଇଗୁଣ କରି ଫେରାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସ˚ସ୍ଥାର ସମସ୍ତ କାର୍ଯ୍ୟାଳୟ ହଠାତ ବନ୍ଦ ହୋଇ ଯାଇଥିଲା। ଏ ନେଇ ଅର୍ଥନୈତିକ ଅପରାଧ ଶାଖାରେ ଏତଲା ରୁଜୁ ହେବା ପରେ ସାଗରିକା ସଂସ୍ଥା ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ଶିବୁ ଦାସ ଓ ସତ୍ୟେନ୍ ମାନିକଙ୍କୁ ଗିରଫ କରିବା ପରେ ଇଓଡବ୍ଲୁ ସଞ୍ଜିତ ଓ ମିଥୁନଙ୍କୁ ଠାବ କରିବାକୁ ସକ୍ଷମ ହୋଇଥିଲା।
ସାଗରିକା ଚିଟ୍ଫଣ୍ତ, ଦୁଇ ନିର୍ଦ୍ଦେଶକଙ୍କ ଜାମିନ ଖାରଜ
/sambad/media/post_attachments/wp-content/uploads/2019/06/court-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)