ମାଲକାନଗିର: ‘ବଚପନ୍ କା ପ୍ୟାର୍’ ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିବା ସହଦେବ ଡିରଡୋଙ୍କର ସଡକ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ତାଙ୍କ ଦେହର ଅବସ୍ଥା ଏବେ ଗୁରୁତର ଥିବା ସୂଚନା ମିଳିଛି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ, ସେଠାରେ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି ।

Advertisment

ମିଳିଥିବା ସୂଚନା ମୁତାବକ, ଆଜି ସହଦେବଙ୍କ ବାସଭବନ ସୁକୁମାଠାରେ ତାଙ୍କର ଏହି ସଡକ ଦୁର୍ଘଟଣା ଘଟିଥିଲା । ଏହାପରେ ଗୁରୁତର ଆହତ ହୋଇଥିବା ସହଦେବଙ୍କୁ ପ୍ରଥମେ ସୁକୁମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିବାବେଳେ, ସୁକୁମା ଜିଲ୍ଲାପାଳ ଓ ଏସପି ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ । ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜଗଦଲପୁର ମହାରାଣୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସହଦେବ ଡିରଡୋଙ୍କ ଘର ଛତିଶଗଡର ସୁକମା ଜିଲ୍ଲାରେ । ହେଲେ ବଚପନ୍ କା ପ୍ୟାର୍ ଗୀତ ତାଙ୍କୁ ରାତାରାତି ଷ୍ଟାର ବନାଇଦେଇଥିଲା । ଅନେକ ବଲିଉଡ୍ ଷ୍ଟାର ତାଙ୍କର ଏହି ଗୀତରେ ଡ୍ୟାନ୍ସ କରିବା ସହିତ ରାପର ବାଦଶାହ ମଧ୍ୟ ତାଙ୍କୁ ନେଇ ଗୀତ ଗାଇଥିଲେ । ଏହାପରେ ଖୋଦ୍ ଛତିଶଗଡ ମୁଖ୍ୟମନ୍ତ୍ରୀ ସହଦେବଙ୍କୁ ଭେଟି ତାଙ୍କୁ ପ୍ରଂଶସା କରିଥିଲେ । ହେଲେ ଏବେ ଏହି ସଡକ ଦୁର୍ଘଟଣାରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି ।