ଢେଙ୍କାନାଳ: ଢେଙ୍କାନାଳ ସହରର ଶାସନ ଛକସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟଲୟରେ ଆଜି ଗ୍ରାହକମାନେ ଭଙ୍ଗାରୁଜା କରିଛନ୍ତି। ଗ୍ରାହକମାନେ ସମ୍ପୃକ୍ତ କମ୍ପାନିରେ ଦୀର୍ଘ ବର୍ଷ ଧରି ଟଙ୍କା ରଖିଥିଲେ। ସେମାନଙ୍କର ସ୍କିମ୍ ମ୍ୟାଚୁରିଟି ହୋଇଥିଲେ ମଧ୍ୟ ସାହାରା ଟଙ୍କା ଦେଉନାହିଁ। ଗ୍ରାହକମାନେ ବାରମ୍ବାର ଦୌଡି ନିରାଶ ହୋଇ ଫେରୁଛନ୍ତି। ସାହାରା ସଂସ୍ଥାର ପରିଚାଳକଙ୍କ ଭେଟ ମଧ୍ୟ ପାଉନାହାନ୍ତି। ଆଜି ଟଙ୍କା ପାଇଁ ଆସିଥିବା ସଦର ବ୍ଲକ ସଂକୁଳେଇ ଗ୍ରାମର ଦୁଷ୍ମନ୍ତ ସାମଲଙ୍କର ୧୫ହଜାର ଟଙ୍କା, ତିଳପଦା ଗ୍ରାମର ଚନ୍ଦ୍ରଶେଖର ଗୋଛାୟତଙ୍କର ୨୦ହଜାର ଟଙ୍କା, ବେସାଳିଆ ଗ୍ରାମର ଶ୍ରୀଧର ରାଉତଙ୍କର ୬ଲକ୍ଷ ଟଙ୍କା, ସହରର ଗାୟତ୍ରୀ ନଗରସ୍ଥିତ ସ୍ଵାଗତିକା ମାଝିଙ୍କର ୩୦ଲକ୍ଷ ଟଙ୍କା ମ୍ୟାଚୁରିଟି ପରେ ମଧ୍ୟ ସାହାରା ଟଙ୍କା ଦେଉ ନଥିବାରୁ ନିରାଶ ହୋଇ ଭଙ୍ଗାରୁଜା କରିଛନ୍ତି। ଟଙ୍କା ନ ପାଇଲେ ଆତ୍ମହତ୍ୟା କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ମ୍ୟାଚୁରିଟି ପରେ ବି ଟଙ୍କା ଦେଉନାହିଁ ସାହାରା, ଅଫିସରେ ପଶି ଭଙ୍ଗାରୁଜା କଲେ ଅସନ୍ତୁଷ୍ଟ ଗ୍ରାହକ
/sambad/media/post_attachments/wp-content/uploads/2020/12/t-35.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)