କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେଲେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଅସ୍ଥାୟୀ କର୍ମଚାରୀ

କୋରାପୁଟ : ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଅସ୍ଥାୟୀ କର୍ମଚାରୀ ଗତକାଲିଠାରୁ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ସେମାନଙ୍କୁ ଦୁଇ ମାସର ଦରମା ପ୍ରଦାନ କରାଯିବା ପରେ ସମସ୍ତ କର୍ମଚାରୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ ସ୍ବାସ୍ଥ୍ୟସେବା ସ୍ବାଭାବିକ ହୋଇଛି। ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ସୁରକ୍ଷା କର୍ମୀ, ଝାଡୁଦାର ଏବଂ ସହାୟିକାମାନେ ମାସ ମାସ ହେଲା ଦରମା ପାଇ ନ ଥିବାରୁ ଗତକାଲି ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଏହାର ପ୍ରଭାବ ରୋଗୀସେବା ଉପରେ ପଡିଥିଲା। ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଠିକା ସଂସ୍ଥା ପକ୍ଷରୁ କର୍ମଚାରୀଙ୍କୁ ଦରମା ପ୍ରଦାନ ପ୍ରକିୟା ଆରମ୍ଭ ହୋଇଥିଲା। ଦୁଇ ମାସର ଦରମା ଦିଆଯିବା ପରେ କର୍ମଚାରୀମାନେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର