ରାୟଗଡ଼ା/ ମାଲକାନଗିରି: ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପାଳନ କରୁଛି ସହିଦ ସପ୍ତାହ। ଏଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ବିଶେଷ କରି ଜିଲ୍ଲାର ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକରେ ମାଓବାଦୀମାନଙ୍କ ଦବଦବା ରହିଥିବା ବେଳେ ହିଂସାକାଣ୍ଡକୁ ଏଡାଇବା ପାଇଁ ପୁଲିସ ସଜାଗ ରହିଥିବା କୁହାଯାଇଛି । କାରଣ ଏହି ସପ୍ତାହରେ କୌଣସି ନା କୌଣସି ସ୍ଥାନରେ ନକ୍ସଲମାନେ ରକ୍ତମୁଖା ହୋଇ ହିଂସାକାଣ୍ଡ କରିଥାନ୍ତି। ତେବେ ଏଥିପ୍ରତି ପୁଲିସ ନଜର ରଖିବା ସହ ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରିଛି । ବିଶେଷ କରି ରାୟଗଡ଼ା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜାଗାକୁ ବସ ଚଳାଚଳ ବନ୍ଦ ରହିଛି। ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୁଲିସ ସଜାଗ ଥିବା ରାୟଗଡ଼ା ଅତିରିକ୍ତ ଏସପି ବିଷ୍ଣୁପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।
ଏଣେ ସହିଦ ସପ୍ତାହ ପାଳନ ଲାଗି ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସ୍ବାଭାବିକ ରହିଥିବା ବେଳେ ମହୁପଦର ଚିତ୍ରକୋଣ୍ଡା ଓ ଛତିଶଗଡ଼ ଯାଉଥିବା ବେସରକାରୀ ବସ ଚଳାଚଳ ବନ୍ଦ ରହିଥିବା ସୂଚନା ରହିଛି।
ଆଜିଠାରୁ ଅଗଷ୍ଟ ୩ ତାରିଖ ଯାଏ ମାଓ ସଂଗଠନର ସହିଦ ସପ୍ତାହ
/sambad/media/post_attachments/wp-content/uploads/2021/05/maoists.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)