ବିଦ୍ୟୁତ ଖୁଣ୍ଟ ରାସ୍ତା ମଝିରୁ ହଟାଇବାକୁ ସାହି ବାସିନ୍ଦାଙ୍କ ଦାବି

ଜୟପୁର: ପାରାବେଡ଼ା ଶ୍ରୀରାମ ନଗରକୁ ଯିବା ରାସ୍ତା ମଝିରେ ତିନୋଟି ବିଦ୍ୟୁତ ଖୁଣ୍ଟ ଏକା ସ୍ଥାନରେ ରହିଛି। ଏହି ବିଦ୍ୟୁତ ଖୁଣ୍ଟ ଗୁଡିକୁ ରାସ୍ତା ମଝିରୁ ହଟାଇ ରାସ୍ତା ପାର୍ଶ୍ବରେ ଲଗାଇବାକୁ ସାହିବାସିନ୍ଦା ଦାବି କରିଛନ୍ତି। ବିଦ୍ୟୁତ ଖୁଣ୍ଟ ଗୁଡିକ ଏକାସ୍ଥାନରେ ରାସ୍ତା ଉପରେ ରହିଥିବାରୁ ଯିବା ଆସିବା କରିବାରେ ସମସ୍ୟା ଉପୁଜୁଛି।

ଏହା ସାହ ତିନୋଟି ବିଦ୍ୟୁତ ଖୁଣ୍ଟ ଏକାସ୍ଥାନରେ ରହିବା ସହ ବିଦ୍ୟୁତ ତାର ଗୁଡିକ ବୁଢ଼ିଆଣି ଜାଲ୍ ପରି ରହିଥିବାରୁ ଏହାର ତଳ ଆଡରୁ ଅତିକ୍ରମ କରିବାକୁ ବି ଲୋକେ ଭୟ ପ୍ରକାଶ କରୁଛନ୍ତି। ବାରମ୍ବାର ଅବଗତ ଓ ଅଭିଯୋଗ କରିବା ପରେ ବି କିଛି ପଦଦେକ୍ଷପ ପ୍ରଶାସନ କି ଟାଟାପାୱାର ନେଇ ନାହିଁ। କିଛି ଅଘଟଣ ହେଲେ ଟାଟା ପାୱାର ଓ ପ୍ରଶାସନ ଦାୟୀ ରହିବେ ବୋଲି ସାହି ବାସିନ୍ଦା କହିଛନ୍ତି।

ସମ୍ବନ୍ଧିତ ଖବର