ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅନ୍ତର୍ଗତ କୁକୁରିକାନି ଟାଙ୍ଗରଘାଟ ଜଙ୍ଗଲରେ ଘଟିଥିବା ସାହିଲ ସହିସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ଏହି ଘଟଣାରେ ସଂପୃକ୍ତ ସାହିଲର ୫ ଜଣ ନାବାଳକ ବନ୍ଧୁଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ସାମାନ୍ୟ ରୁପା ଚେନ୍‌ ପାଇଁ ବନ୍ଧୁ ହିଁ ବନ୍ଧୁର ଜୀବନ ନେଇଥିବା ପୁଲିସ କହିଛି। ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

Murder: ସାଙ୍ଗକୁ ହାଣି ଜଙ୍ଗଲକୁ ନେଇଗଲେ; ତାରପୋଲିନ ଗୁଡ଼ାଇ ‌ପଳାଇଲେ

ମୃତ ସାହିଲଙ୍କଠାରୁ ପୂର୍ବରୁ ଉକ୍ତ ୫ ଜଣ ବନ୍ଧୁଙ୍କ ମଧ୍ୟରୁ ଜଣେ (ମୁଖ୍ୟ ଅଭିଯୁକ୍ତ) ଏକ ରୁପା ଚେନ୍‌ ନେଇଥିଲା। ସାହିଲ ବାରମ୍ବାର ମାଗିଥିଲେ ମଧ୍ୟ ସେ ଦେଇ ନଥିଲା। ସମ୍ପୃକ୍ତ ୫ ଜଣଙ୍କ ମଧ୍ୟରୁ ସାହିଲ ଦୁଇଜଣ ସାଥୀଙ୍କୁ ନେଇ ଗତ ୧ ତାରିଖ ଦିନ ଟାଙ୍ଗରଘାଟ ଯାଇଥିଲେ। ସେଠାରେ ପୂର୍ବରୁ ଆଉ ୩ ଜଣ ଥିଲେ। କିନ୍ତୁ ଚେନ୍‌ ନେଇଥିବା ସାଙ୍ଗ ଅର୍ଥାତ ମୁଖ୍ୟ ଅଭିଯୁକ୍ତ ଆଉ ଚେନ୍‌ଟିକୁ ଦେଇ ନଥିଲା। ଫଳରେ ସେଠାରେ ସାହିଲ ଓ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଟାଙ୍ଗରଘାଟର ଏକ ପୋଖରୀ କୂଳରେ ଏହି ଯୁକ୍ତିତର୍କ ସମୟରେ ‌ଚେନ୍‌ ନେଇଥିବା ବନ୍ଧୁ ଜଣଙ୍କ ହଠାତ୍‌ ଏକ ଚାପଡ଼ରେ ସାହିଲଙ୍କୁ ଆକ୍ରମଣ କରିଥିଲା।

ପୁଲିସ ‌ହେପାଜତରେ ୫ ନାବାଳକ ଅଭିଯୁକ୍ତ
ମୁଖ୍ୟ ଅଭିଯୁକ୍ତ ମାରିଲା, ୪ ଜଣ ସହାୟତା କଲେ

ଏହି ସମୟରେ ଅନ୍ୟ ବନ୍ଧୁମାନେ ମିଶି ସାହିଲଙ୍କୁ କାବୁ କରିଥିଲେ। ସେଠାରୁ ସେମାନେ ସାହିଲଙ୍କୁ ଟେକିନେଇ ଜଙ୍ଗଲ ଭିତରକୁ ଯାଇଥିଲେ। ସେଠାରେ ପୁନର୍ବାର ସାହିଲଙ୍କୁ ମୁଖ୍ୟ ଅଭିଯୁକ୍ତ ଆକ୍ରମଣ କରିବା ସହିତ ହାତ ବାନ୍ଧି ଦେଇଥିଲା। ପରେ ଅନ୍ୟମାନେ ମିଶି ସାହିଲଙ୍କୁ ଏକ ତାରପୋଲିନରେ ଗୁଡ଼ା‌ଇ ରଶିରେ ବାନ୍ଧି ସେଠାରେ ଫୋପାଡ଼ି ଦେଇଥିଲେ। ଏହି ଘଟଣା ସକାଳ ସାଢ଼େ ୮ଟାରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାରେ ବ୍ୟବହୃତ ଚାପଡ଼, ରୁପାଚେନ୍‌ ଜବତ ହୋଇଛି। ଏଥିସହ ଏକ ରକ୍ତଭିଜା ସାର୍ଟ ମଧ୍ୟ ଜବତ ହୋଇଛି। ତେବେ ଏହି ଅପରାଧ ପାଇଁ କୌଣସି ପୂର୍ବ ସଙ୍ଗଠିତ ଯୋଜନା ନଥିବା ବେଳେ ସବୁ କିଛି ହଠାତ୍‌ ହୋଇଥିବା ଏସ୍‌ପି କହିଛନ୍ତି। ବ୍ରଜରାଜନଗର ଆଇଆଇସି ଧବଳେଶ୍ବର ସାହୁ, ଓରିଏଣ୍ଟ ଥାନା ଆଇଆଇସି କ୍ଷମାସାଗର ନାୟକ ଉପସ୍ଥିତ ଥିଲେ। ଅଭିଯୁକ୍ତ ୫ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ସମ୍ମୁଖରେ ହାଜର କରାଯିବା ପରେ ବାଳ ସୁଧାର ଗୃହକୁ ପଠାଯାଇଛି।

Foreign links behind cybercrime: ନିବେଶ ସାଇବର ଅପରାଧ ପଛରେ ବିଦେଶୀ ଲିଙ୍କ୍‌: କ୍ରାଇମବ୍ରାଞ୍ଚକୁ ଦେଉନାହାନ୍ତି ଆଇପି ଆଡ୍ରେସ୍ ତଥ୍ୟ