‘ମୃତ୍ତିକା ବଞ୍ଚାଅ’ ବାର୍ତ୍ତା ନେଇ  ଭାରତ ଭ୍ରମଣରେ ସାହିଲ୍‌

ବାରିପଦା: ପଶ୍ଚିମବଙ୍ଗ କଲିକତାର ଦଶମ ଶ୍ରେଣୀ ଛାତ୍ର ସହିଲ ଝା ‘ମୃତ୍ତିକା ବଞ୍ଚାଅ’ ସଚେତନତା ବାର୍ତ୍ତା ନେଇ ସାଇକେଲ୍‌ରେ ଗତ ୧ ତାରିଖରୁ ଭାରତ ଭ୍ରମଣରେ ବାହାରିଛନ୍ତି। ପ୍ରାୟ ୧ ହଜାର କିଲୋମିଟର ବାଟ ଅତିକ୍ରମ କରି ସେ ଆଜି ବାରିପଦାରେ ପହଞ୍ଚିଥିଲେ। ସଦ୍‌ଗୁରୁଙ୍କ ମାଟି ବଞ୍ଚାଅ ଅଭିଯାନରେ ଅନୁପ୍ରାଣିତ ହୋଇ ସେ ଏହି ଯାତ୍ରାରେ ବାହାରିଥିବା କହିଥିଲେ।

ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ସୁଚାରୁ କୁମାର ବଳ, ହେମନ୍ତ କୁମାର ସିଂହ, ଡେପୁଟି କଲେକ୍ଟର ସୁଜୟ କୁମାର ପତି ପ୍ରମୁଖ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଏହି ପଦକ୍ଷେପକୁ  ପ୍ରଶଂସା କରିଥିଲେ। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସାହିଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ପରବର୍ତ୍ତୀ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ। ମୃତ୍ତିକା ସୁରକ୍ଷା ବର୍ତ୍ତମାନର ସମୟର ଏକ ବଡ଼ ଆହ୍ବାନ। ତେଣୁ ବିଭିନ୍ନ ରାଜ୍ୟ ଗସ୍ତ କରି ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ଥିବା ସାହିଲ କହିଛନ୍ତି। ସେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି। ଆଗକୁ ଉଚ୍ଚଶିକ୍ଷା ସହ ମାଟି ବଞ୍ଚାଅ ଅଭିଯାନ ଜାରି ରଖିବେ ବୋଲି ଇଚ୍ଛା  କରିଛନ୍ତି।

ସମ୍ବନ୍ଧିତ ଖବର