ଓଡ଼ିଶାର ୩ ବିଶିଷ୍ଟ ସାହିତ୍ୟିକଙ୍କୁ ପ୍ରଦାନ କରାଗଲା ସାହିତ୍ୟ ଏକାଡେମି ଭାଷା ପୁରସ୍କାର

ନୂଆଦିଲ୍ଲୀ: ସୋମବାର ଓଡ଼ିଶାର ୩ ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ  ପ୍ରଫେସର ଗଗନେନ୍ଦ୍ର ନାଥ ଦାସ, ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ହଳଧର ନାଗ୍‌ଙ୍କୁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମି ଭାଷା ପୁରସ୍କାର ପ୍ରଦାନ କରାଯାଇଛି । ଦିଲ୍ଲୀର ରବିନ୍ଦ୍ର ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅଧ୍ୟକ୍ଷ ଚନ୍ଦ୍ରଶେଖର କମ୍ବାର ଭାଷା ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି । ଅସୁସ୍ଥତା ହେତୁ ପ୍ରଫେସର ଗଗନେନ୍ଦ୍ର ନାଥ ଦାସ  ଆସି ପାରି ନ ଥିବାରୁ ତାଙ୍କର ପୁତ୍ର ତପନ କୁମାର ଦାସ ତାଙ୍କ ଲାଗି  ପୁରସ୍କାର ଗ୍ରହଣ କରିଥିଲେ।

ଆଜି ଠାରୁ କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଆରମ୍ଭ ହେଉଥିବା ୫ ଦିନିଆ ବାର୍ଷିକ ସାହିତ୍ୟ ଉତ୍ସବରେ ଦେଶର ବିଭିନ୍ନ ରାଜ୍ୟରୁ ପାଖାପାଖି ୨୦୦ ପ୍ରତିନିଧି ଯୋଗ ଦେଇଛନ୍ତି। ଆସନ୍ତାକାଲି  ବିଶିଷ୍ଟ ସାହିତ୍ୟିକ ଦାଶରଥୀ ଦାସଙ୍କୁ  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର-୨୦୧୮ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର