ସାହିତ୍ୟ ଅକାଦେମିର ଫେଲୋସିପ୍ ପ୍ରଦାନ ଉତ୍ସବ

ଭୁବନେଶ୍ବର : ଆସନ୍ତା ୨୫ ତାରିଖ ଅପରାହ୍‌ଣ ୫ଟାରେ ଶତାବ୍ଦୀ ଭବନ, କଟକଠାରେ ସାହିତ୍ୟ ଅକାଦେମିର ଫେଲୋସିପ୍ (ମହତ୍ତର ସଦସ୍ୟତା) ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏହି ସ୍ବତନ୍ତ୍ର ଉତ୍ସବରେ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ରଙ୍କୁ ଅକାଦେମିର ଫେଲାସିପ୍ ପ୍ରଦାନ କରାଯିବ। ୧୯୨୮ ମସିହା ଅକ୍‌ଟୋବର ୨୨ ତାରିଖରେ ଜନ୍ମିତ କବି ଶ୍ରୀ ମହାପାତ୍ରଙ୍କ ୨୭ଟି ଇ˚ରାଜି ଓ ୯ଟି ଓଡ଼ିଆ କବିତା ସଙ୍କଳନ, ଗୋଟିଏ ଗପ ବହି ଏବଂ ଆତ୍ମଜୀବନୀ ‘ପାହିନି ରାତି’ ପ୍ରକାଶିତ ହୋଇଛି। ସାହିତ୍ୟ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବର ଏବଂ ସଚିବ କେ. ଶ୍ରୀନିବାସରାଓ ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଫେଲୋସିପ୍ ପ୍ରଦାନ ପରେ ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ‘ସମ୍ବାଦ’ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିବେ ସୁକୃତା ପଲ କୁମାର, ଅରୁଣ କମଳ ଏବଂ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ। ଏହି କାର୍ଯ୍ୟକ୍ରମରେ ଲେଖକ ଲେଖିକା, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ସାହିତ୍ୟ ଅକାଦେମି ତରଫରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର