ସାହିତ୍ୟ ଘର ଶାଖାଗୁଡ଼ିକର ମାତୃଭାଷା ଦିବସ ପାଳନ କାଲି

ଭୁବନେଶ୍ୱର : ୨୧ ଫେବ୍ରୁଆରି ବୁଧବାର ବିଶ୍ୱ ମାତୃଭାଷା ଦିବସ। ପ୍ରତିବର୍ଷ ପରି ଏଥର ମଧ୍ୟ ସମ୍ବାଦ ସାହିତ୍ୟ ଘରର ଶାଖାଗୁଡ଼ିକ ଏହି ଅବସରରେ ନିଜ ନିଜ ଅଞ୍ଚଳରେ ସ୍ୱତନ୍ତ୍ର ବୈଠକମାନ କରି ଏହାକୁ ପାଳନ କରିବେ। ନିଜ ନିଜ ଶାଖାଗୁଡ଼ିକର କର୍ମକର୍ତ୍ତାଙ୍କ ଦ୍ୱାରା ନିର୍ଦ୍ଧାରିତ ହେବାକୁ ଥିବା ସ୍ଥାନ ଓ ସମୟରେ ସଂପୃକ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ଏହାକୁ ସଫଳ କରିବାକୁ ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ଅନୁରୋଧ କରିଛନ୍ତି। ଏହି ଅବସରରେ କବିତା ପଠୋତ୍ସବ ଆଦି କାର୍ଯ୍ୟକ୍ରମ କରାଯିବା ସହ ଯେଉଁ ଶାଖାର ମାସିକ ବୈଠକ ଫେବ୍ରୁଆରିରେ ବସିନଥିବ, ସେହିସବୁ ଶାଖା ଏହି ବୈଠକ ମଧ୍ୟ କରାଇନେଇପାରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର