ଭୁବନେଶ୍ବର : ଆସନ୍ତା ୫ ଜୁନ୍ ବିଶ୍ବ ପରିବେଶ ଦିବସ। ଏହି ଅବସରରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ପୂର୍ବବର୍ଷମାନଙ୍କ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରାୟ ଅଢ଼େଇ ମାସ କାଳ ରାଜ୍ୟର ସମସ୍ତ ବ୍ଲକ୍ ଓ ପୋୖରାଞ୍ଚଳରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟଘରର ସଭ୍ୟସଭ୍ୟା, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ‘ସମ୍ବାଦ’ର ଶୁଭେଚ୍ଛୁମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲକ୍ଷାଧିକ ଚାରାରୋପଣ କରିବେ ବୋଲି ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି। ପ୍ରତ୍ୟେକ ଶାଖାର ଉଦ୍ୟୋକ୍ତା ବନ୍ଧୁମାନେ ନିଜ ଅଞ୍ଚଳର ବନଖଣ୍ଡ ଅଧିକାରୀଙ୍କ ସହାୟତାରେ କିମ୍ବା ନିଜସ୍ବ ପ୍ରଚେଷ୍ଟାରେ ଚାରା ସଂଗ୍ରହ କରି ଏହି କାର୍ଯ୍ୟ ସଂପାଦନ କରିବାକୁ ସେ ଅନୁରୋଧ କରିଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସ ଅବସରରେ ଏହା ଉଦ୍ଯାପିତ ହେବ।
ସୂଚନାଯୋଗ୍ୟ, ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ ସୋୖମ୍ୟରଂଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗତ ୨୦୧୯ରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କେବଳ ୨୦୨୧ରେ ରାଜ୍ୟରେ ବିଭିନ୍ନ ଶାଖା ୭୦ ହଜାର ଚାରାରୋପଣ କରିଥିବା ବେଳେ ଏ ବର୍ଷ ଏହା ଆହୁରି ବ୍ୟାପକ କରାଯିବା ସହ ପୂର୍ବ ବର୍ଷମାନଙ୍କରେ ରୋପଣ କରାଯାଇଥିବା ଗଛଗୁଡ଼ିକର ଆବଶ୍ୟକ ଯତ୍ନ ନେବାପାଇଁ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Sahitya-Ghara.jpg)