ଧଉଳି: ଓଲଟା ଭାବେ ଇଂରାଜୀ ବର୍ଣ୍ଣମାଳା ଡାକୁଛନ୍ତି। ଏମିତିକି ଶହେରୁ ୧ ଯାଏ ମଧ୍ୟ ନିର୍ଭୁଲ ଭାବେ କହୁଛନ୍ତି। ତାହା ପୁଣି ଖୁବ୍ ଅଳ୍ପ ସମୟ ଭିତରେ। ଖାଲି ସେତିକି ନୁହେଁ, ଭାରତର ୨୮ଟି ରାଜ୍ୟର ନାମ ସହିତ ରାଜଧାନୀର ନାମ ମଧ୍ୟ ପ୍ରାଞ୍ଜଳ ଭାବେ କହୁଛନ୍ତି। ତାଙ୍କର ଏହି ଚମତ୍କାର ପ୍ରତିଭା ପାଇଁ ନିକଟରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ୱାର୍ଲଡ୍ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ସେ ହେଲେ ଧଉଳି ପଞ୍ଚାୟତ ଜଗନ୍ନାଥପୁରପାଟଣା ଗ୍ରାମର ୫ ବର୍ଷର ଶିଶୁ ସାଇ ସୋହନ ମାହାରି। ଏଥିପାଇଁ ସେ ପ୍ରମାଣପତ୍ର ସହିତ ପଦକ ହାସଲ କରିଛନ୍ତି। ସାଇ ସୋହନଙ୍କ ଏହି ପ୍ରତିଭା ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛି। ରାଜ୍ୟ ଭିଜିଲାନ୍ସ ବିଭାଗରେ ଏସ୍ଆଇ ଭାବେ କାର୍ଯ୍ୟରତ ଗୋବିନ୍ଦ ମାହାରି ଓ ବର୍ଷାରାଣୀ ବେହେରାଙ୍କ ଏକମାତ୍ର ପୁଅ ସାଇ ସୋହନ ଗୁଲ୍ମୋହର ପ୍ଲେ ସ୍କୁଲରେ ୟୁକେଜିରେ ପଢ଼ନ୍ତି। ତାଙ୍କର ଏହି ସଫଳତା ପଛରେ ବାପା, ମା’ ଓ ଶିକ୍ଷକମାନଙ୍କର ପ୍ରେରଣା ରହିଥିବା ସେ କହିଛନ୍ତି।
ୱାର୍ଲଡ଼ ବୁକ ଅଫ ରେକର୍ଡ଼ରେ ୫ ବର୍ଷର ଶିଶୁ ସାଇ ସୋହନ
/sambad/media/post_attachments/wp-content/uploads/2022/05/WhatsApp-Image-2022-05-04-at-9.51.51-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)