ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଛତିଆ ନିକଟ ସୋଲର ଧନିଆ ପାହାଡ଼ ପାଦଦେଶରେ ଥିବା ଉଦାସ ଆଶ୍ରମ ପରିସରରେ ସପ୍ତ ଦିବସୀୟ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଓ ସନ୍ଥ ସମ୍ମିଳନୀ ଆୟୋଜିତ ହୋଇଛି। ଷଷ୍ଠ ଦିବସରେ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଯଜ୍ଞଶ୍ବରାନନ୍ଦ ମହାରାଜଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସନ୍ଥ ସମ୍ମିଳନୀର ଆୟୋଜନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଦୁଇ ବ୍ରହ୍ମଚାରୀ ସତ୍ୟ ରଞ୍ଜନ ଦାସ ଓ ଜଗନ୍ନାଥ ଦାସଙ୍କୁ ସନ୍ନ୍ୟାସ ବ୍ରତରେ ଦୀକ୍ଷିତ କରି ଦିବ୍ୟଲୋଚନ ଓ ପଦ୍ମଲୋଚନ ନାମରେ ନାମିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳଙ୍କ ଧର୍ମପତ୍ନୀ ଲିନୁ ଚାଇନୀ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

Advertisment

ଏଥିରେ ସନ୍ଥ ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି, ଗିରିଜାନନ୍ଦ ପର୍ବତ, ସ୍ମୃତି ସାଗର ମହାରାଜ, ଜ୍ଞାନାନନ୍ଦ ମହାରାଜ, ସୀତାରମଣ ବାବା, ବାବାଜୀ ଉଦ୍ଧବ ଦାସ, ବାବାଜୀ ନୀଳାଚଳ ଦାସ, ବାବା ଗଦାଧର ଦାସ ଓ ବାବା ରାମଦାସଙ୍କ ସମେତ ରାଜ୍ୟର ବିଭିନ୍ନ ମଠମନ୍ଦିରରୁ ଶତାଧିକ ସନ୍ଥ ଯୋଗଦେଇଥିଲେ। ଆଶ୍ରମ କର୍ମକର୍ତ୍ତା ଓ ଉଦାସପନ୍ଥୀ ସୁଧାଂଶୁ ଶେଖର ନାୟକ, ଜୟନ୍ତ କୁମାର ସେନ, ଶ୍ରୀକାନ୍ତ ସାହୁ, ରଞ୍ଜନ କୁମାର ସାହୁ, ପ୍ରସନ୍ନ କୁମାର ଜେନା, ବିଜୟ ଜେନା ଓ ଶାରଦାକାନ୍ତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।