ବଟି ଆଦାୟ ଅଭିଯୋଗରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା

ଭୁବନେଶ୍ବର/କଟକ:  ପୁଲିସ ପଂଝାରେ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ମାନସୀ ନାୟକ ଓରଫ ବେବି । ବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ବେବି । ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିବା ଅଭିଯୋଗ ହୋଇଥିଲା । ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି । ମାନସୀ ନାୟକ ଓରଫ ବେବି ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା। ଆଉ ବେବିକୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ପୁଲିସ । ଗତ ସପ୍ତାହେ ତଳେ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିଲା । ଆଉ ଏହି ଦୁର୍ବୃତ୍ତଙ୍କୁ ବେବି ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା ।

ମାନସୀ ଓରଫ ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି । ଏପରିକି ୨୦୧୫ ମସିହାରେ ବେବି ଏକ ହତ୍ୟା ମାମଲାରେ ଜେଲ ବି ଯାଇଥିଲା । ଆଉ ଜେଲରୁ ବାହାରିବା ପରେ ସକିଲ ପାଇଁ କାମ କରୁଥିଲା ।  କଟକରେ ସକିଲ ନାଁରେ ବି ପୁଳା ପୁଳା ଅଭିଯୋଗ ରହିଛି । ଶକିଲ କଟକର ଏକାଧିକ ଦାଦାବଟି ଓ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ରହିଛି।

କୁହାଯାଉଛି ଜେଲରେ ଥାଇ ସୁଦ୍ଧା ସକିଲ ନିଜର ପ୍ରେମିକା ଜରିଆରେ ନିଜର ନେଟୱର୍କ ଜାରି ରଖିଥିଲା । ବେବିକୁ ମୋହରା କରି ଦାଦବଟି ଆଦାୟ କରୁଥିଲା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବେବି ଉପରେ ନଜର ରଖିଥିଲା ପୁଲିସ । ପୂର୍ବରୁ ସକିଲର ଦୁଇଜଣ ମହିଳା ସହଯୋଗୀ ଗିରଫ ହୋଇସାରିଛନ୍ତି । ଏବେ ସକିଲର ନେଟୱର୍କ ଚଳାଉଥିବା ବେବି ଗିରଫ ହେବା ପରେ ସକିଲ ସାମ୍ରାଜ୍ୟର କଳାଗୁମର ଖୋଲିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର