ନର୍ଲା ବନ ବିଭାଗର ସଫଳତା: କାଠବୋଝେଇ ପିକଅପ୍ ଭ୍ୟାନ ଜବତ, ଡ୍ରାଇଭର ଫେରାର୍

ରୁପ୍ରା: ଉତ୍ତର ବନଖଣ୍ଡ ଅଧୀନ ନର୍ଲା ରେଞ୍ଜର୍ ଅଫିସର ଗିରିଧାରୀ ନାଗଙ୍କ ନେତୃତ୍ୱରେ ଓ ନର୍ଲା ଫରେଷ୍ଟର ଭବାନୀ ନାଏକ ଓ ବିଶ୍ୱଜିତ ଠାକୁର, ଫରେଷ୍ଟ୍ ଗାର୍ଡ୍ ମାନସ ସାହୁ ଓ ସ୍କ୍ବାଡ୍ ଉମେଶ ମାଝୀ, ଅଜିତ କରୁଆଁ ଓ କମ୍ୱୁପାଣି ସାହୁ ପ୍ରମୁଖ ରବିବାର ପାହାନ୍ତିଆରେ ଭାନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଡାଙ୍ଗଗୁଛା ନିକଟରେ ୭୦ଖଣ୍ଡ ସାଇଜ୍ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ୍ (ନଂ ଓ ଆର୍ ୦୬ଏଫ୍ ୪୫୯୨)କୁ ଅଟକାଇଥିଲେ।

ଏହି ସମୟରେ ଗାଡ଼ିଚାଳକ ଓ ସାଥୀ ଗାଡ଼ିକୁ ଛାଡ଼ି ଦୌଡ଼ି ପଳାଇଥିଲେ ବୋଲି ଫରେଷ୍ଟର ଭବାନୀ ନାଏକ ସୂଚନା ଦେଇଥିଲେ। ଉକ୍ତ କର୍ମଚାରୀ ଶାଳକାଠ ବୋଝେଇ ହୋଇଥିବା ପିକଅପ୍ ଭ୍ୟାନକୁ ଜବତ କରି ମ.ରାମପୁର ସ୍ଥିତ ରେଞ୍ଜ୍ ଅଫିସକୁ ନେଇଥିବା ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର