କାଳିଆପାଣି: ବନ ବିଭାଗ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରୁ ୨୬ଟି ଶାଳଗଣ୍ଡି ଜବତ କରାଯାଇଛି। ଏସବୁ କାଠଗଣ୍ଡିର ଆୟତନ ୧୩୭.୮୦୧ ଘନଫୁଟ ଏବଂ ଆନୁମାନିକ ମୂଲ୍ୟ ୩.୫ ଲକ୍ଷ ଟଙ୍କା ବୋଲି ବିଭାଗୀୟ ସୂଚନା ମିଳିଛି।
ଭିଜିଲାନ୍ସ ୱିଙ୍ଗ୍ ଡିଏଫ୍ଓ ରଜନୀକାନ୍ତ ମହାନ୍ତିଙ୍କ ତତ୍ତ୍ବାବଧାନରେ ୪ ଜଣ ବନପାଳ ରମେଶ ଚନ୍ଦ୍ର ସ୍ବାଇଁ, ବାଲାଇ ମୁର୍ମୁ, ପ୍ରସନ୍ନ କୁମାର ରାଉତ ଓ ନରେଶ ଟୁଡ଼ୁ ରାଁସୋଳ ଫରେଷ୍ଟ୍ ସେକ୍ସନର କଅଁସ ପଞ୍ଚାୟତ ତଳଙ୍ଗିରୁ ୪ଟି ଗଣ୍ଡି ଏବଂ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ଦଲକିସାହିରୁ ୪ଟି ଗଣ୍ଡି, ଛତାଟାଙ୍ଗରରୁ ୭ଟି ଗଣ୍ଡି ଓ ବାଘୁଆସାହିରୁ ୭ ଟି ଶାଳଗଣ୍ଡି ଜବତ କରିଥିଲେ। ସୁକିନ୍ଦା ସେକ୍ସନ ରାଙ୍କିଆ ଗାଁରୁ ଆଉ ୪ ଶାଳଗଣ୍ଡି ଜବତ ହୋଇଛି। ଏ ସଂକ୍ରାନ୍ତରେ ବନ ବିଭାଗ ପକ୍ଷରୁ ୫ଟି ମାମଲା ରୁଜୁ ହୋଇଛି। ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/21-18.jpg)