ନୂଆଖାଇ ପାଇଁ ସରକାରଙ୍କ ନିଷ୍ପତ୍ତି : ୩୧ ତାରିଖରେ ଦରମା, ପେନ୍‌ସନ୍ ମିଳିବ

ଭୁବନେଶ୍ବର : ନୂଆଖାଇ ପାଇଁ ସରକାର ଅଗଷ୍ଟ ମାସର ଦରମା ଆଗୁଆ ଦେବାର ବ୍ୟବସ୍ଥା କରିଛନ୍ତି। ସେପ୍ଟମ୍ବର ୩ ତାରିଖରେ ନୂଆଖାଇ ପଡ଼ୁଛି। ତାହାର ପୂର୍ବ ଦୁଇ ଦିନ ଅର୍ଥାତ ୧ ଓ ୨ ତାରିଖରେ ରବିବାର ଓ ଗଣେଶ ପୂଜା ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ସେଥି ପାଇଁ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଦରମା ଓ ପେନ୍‌ସନ୍ ୩୧ ତାରିଖରେ ମିଳିବ। ଏ ନେଇ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ଅବଗତ କରିଦିଆଯାଇଛି।

ସମ୍ବନ୍ଧିତ ଖବର