ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ଭୁବନେଶ୍ୱର : ଆଜି ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁସାରେ ଯେଉଁ କର୍ମଚାରୀମାନେ ବର୍ଧିତ ବେତନ ପାଉଛନ୍ତିି, ସେମାନଙ୍କ ପାଇଁ ୧ ପ୍ରତିଶତ ମହଙ୍ଗାଭତ୍ତା ବଢ଼ିଛି। ସେମାନଙ୍କ ପାଇଁ ମୋଟ ମହଙ୍ଗା ଭତ୍ତା ୫ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଯେଉଁ କର୍ମଚାରୀମାନେ ବର୍ଧିତ ବେତନରୁ ବଞ୍ଚିତ ସେମାନେ ୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ସେମାନଙ୍କର ମହଙ୍ଗା ଭତ୍ତା ୧୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏ ନେଇ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବୃଦ୍ଧି ଫଳରେ ରାଜ୍ୟ ରାଜକୋଷ ଉପରେ ବର୍ଷକୁ ପ୍ରାୟ ୨୪୦ କୋଟି ଟଙ୍କାର ବୋଝ ପଡ଼ିବ। ଏଥିମଧ୍ୟରୁ କର୍ମଚାରୀଙ୍କ ବାବଦରେ ପ୍ରାୟ ୧୬୦ କୋଟି ଏବଂ ପେନ୍‌ସନଭୋଗୀଙ୍କ ପାଇଁ ପ୍ରାୟ ୮୦ କୋଟି ଟଙ୍କା ଖର୍ଚ ହେବ।

ସମ୍ବନ୍ଧିତ ଖବର