ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀଙ୍କ ବିଧାନସଭା ଦୈନିକ ଭତ୍ତା ବଢ଼ିଲା

ଭୁବନେଶ୍ୱର : ରାଜ୍ୟ ସରକାର ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ବିଧାନସଭାରେ ଉପସ୍ଥିତ ନିମନ୍ତେ ଦୈନିକ ଭତ୍ତା ବୃଦ୍ଧି କରିଛନ୍ତି। ୧୯୯୫ମସିହାର ନିଷ୍ପତ୍ତି ଅନୁଯାୟୀ ଏମାନଙ୍କୁ ବିଧାନସଭା ଗୃହ କାର୍ଯ୍ୟରେ ଉପସ୍ଥିତ ବାବଦ ଦୈନିକ ଭତ୍ତା ୧୫୦ ଟଙ୍କା ମିଳୁଥିଲା। ଏହାକୁ ୮୦୦ଟଙ୍କାକୁ ବୃଦ୍ଧି କରାଯିବ। ଆଜି ସଂସଦୀୟ ବ୍ୟାପାର ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି। ପୂର୍ବରୁ ବିଧାନସଭାର ସଦସ୍ୟଙ୍କ ଦୈନିକ ଭତ୍ତା ବୃଦ୍ଧି କରାଯାଇଥିଲା। ସେମାନେ ୮୦୦ ଟଙ୍କା ପାଉଥିଲେ ଓ ଭତ୍ତା ବୃଦ୍ଧି କରାଯାଇ ୧୫୦୦ ଟଙ୍କା କରାଯାଇଥିଲା। ବିରୋଧୀ ଦଳ ନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ ପାଇଁ ମଧ୍ୟ ଏହି ଭତ୍ତା ପ୍ରଯୁଜ୍ୟ।

ସମ୍ବନ୍ଧିତ ଖବର