ଭୁବନେଶ୍ବର/ରାଇଘର: ଅଙ୍ଗନବାଡ଼ି ଓ ଆଶାଦିଦିମାନଙ୍କର ଦରମା ଖୁବ୍ ଶୀଘ୍ର ବଢ଼ିବ। ଏହା ଦ୍ବାରା ରାଜ୍ୟର ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ। ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି। ନବରଂଗପୁର ଜିଲ୍ଲା ଗସ୍ତରେ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2024/01/1d47f367-2c66-42c8-8ee0-6a28bfadc323.jpeg)
ରାଇଘର ମିନି ଷ୍ଟାଡିୟମରେ ଆୟୋଜିତ ଧନ୍ୟବାଦ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ କହିଛନ୍ତି, ଆଗକୁ ଆଶାଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ। କମ୍ୟୁନିଟି ସେଣ୍ଟର କର୍ମଚାରୀମାନଙ୍କର ମଧ୍ୟ ଦରମା ବୃଦ୍ଧି ହେବ। ଏମ୍ବିକେ ଓ ସିଆରପିଙ୍କ ଦରମା ବୃଦ୍ଧି ପାଇଁ ଯୋଜନା ଚାଲିଛି। ମଧୁବାବୁ ପେନ୍ସନ୍ ମଧ୍ୟ ବୃଦ୍ଧି ହେବ। ସେହିଭଳି ପାଚିକାମାନଙ୍କର ଦରମା ବଢ଼ାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ଦରମା ବୃଦ୍ଧି କରିବେ।
ସୂଚନାଯୋଗ୍ୟ, ନବରଂଗପୁର ଜିଲ୍ଲା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ରାଇଘରରେ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉକ୍ତ ନିର୍ବାଚନ ମଣ୍ଡଳୀର ପ୍ରାୟ ୧୦ ହଜାର ଲୋକଙ୍କର ସମାଗମ ହୋଇଥିଲା। ଶ୍ରୀ ପାଣ୍ଡିଆନ୍ଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା ପରେ ଆଶା, ଅଙ୍ଗନବାଡ଼ି, ପାଚିକାମାନେ ଉତ୍ସାହିତ ଦେଖାଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/afa50913-4e88-41b5-89af-73c4ba10b495.jpeg)