କଟକ: ନୀଳଗିରି ବିଧାୟକଙ୍କ ପରେ କରୋନା ସଂକ୍ରମଣର ଶିକାର ହୋଇଥିବା କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ନେଇ ଆସିଛି ଆଶ୍ବସ୍ତିମୂଳକ ଖବର । ଆଜି ତାଙ୍କର ନମୁନା ନେଗେଟିଭ୍ ଆସିଥିବା ସୂଚନା ମିଳିଛି। କେବଳ ତାଙ୍କର ନୁହେଁ, ବିଧାୟକଙ୍କ ପିଏସଓଙ୍କର ମଧ୍ୟ ନମୁନା ନେଗେଟିଭ୍ ଆସିଛି।
ଆଜି କଟକ ଏସସିବିରେ ନମୁନା ପରୀକ୍ଷା କରାଯିବା ପରେ ଫଳାଫଳ ନେଗେଟିଭ୍ ଆସିଥିବା ସ୍ପଷ୍ଟ ହୋଇଛି । କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପ୍ରଶାନ୍ତ ବେହେରା ସୁସ୍ଥତା ଆଡ଼କୁ ଗତିକରୁଛନ୍ତି। ସୂଚନାଯୋଗ୍ୟ, ବିଧାୟକ ବେହେରା, ତାଙ୍କ ପିଏସ୍ଓ (ଏପିଆର କନେଷ୍ଟବଳ) ଓ ଡ୍ରାଇଭର୍ ମଧ୍ୟ ଆକ୍ରାନ୍ତ ହୋଇଥିଲେ।
ସୂଚନା ଅନୁସାରେ, ମନ୍ତ୍ରୀ, ପଦସ୍ଥ ସରକାରୀ ଅଧିକାରୀ, କଟକ, ଟାଙ୍ଗୀ-ସାଲେପୁର ଅଂଚଳର ଶତାଧିକ କର୍ମୀ ବିଧାୟକଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେ କିଛିଦିନ ତଳେ ପିକୋଳ ପଂଚାୟତରେ ଏକ ଭୋଜି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଗତମାସରେ ଅନୁଷ୍ଠିତ ‘ଲକ୍ଷ୍ମୀ’ ଯୋଜନା କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଫଳରେ, ବିଧାୟକଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/assembly-1-1-1.jpg)