କଣ୍ଟେନମେଣ୍ଟ ଜୋନ ଘୋଷିତ ସାଲେପୁର ଓ ନିଶ୍ଚିନ୍ତକୋଇଲିରୁ କଟକଣା ପ୍ରତ୍ୟାହୃତ

କଟକ: କଟକ ଜିଲ୍ଲାର ସାଲେପୁର ତହସିଲ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ବର ୱାର୍ଡରୁ କଣ୍ଟେନମେଣ୍ଟ ଜୋନ ଆଦେଶ ପ୍ରତ୍ୟାହୃତ ହୋଇଛି। ଠିକ୍ ସେହିପରି ନିଶ୍ଚିନ୍ତକୋଇଲି ତହସିଲ ଅନ୍ତର୍ଗତ ଜୟରାମପୁର ପଞ୍ଚାୟତର ୧ ନମ୍ବର ୱାର୍ଡରୁ କଣ୍ଟେନମେଣ୍ଟ ବି ହଟିଥିବା ଜଣାଯାଇଛି। ତେବେ ଏହି ଅଞ୍ଚଳରେ  ଲକ୍‌ଡାଉନ୍ କଟକଣା ଜାରି ରହିବ।

ସୂଚନାଯୋଗ୍ୟ, କଟକସ୍ଥିତ ପଟ୍ଟାପୋଲରୁ କଣ୍ଟେନମେଣ୍ଟ୍ ଜୋନ ଆଦେଶ ପ୍ରତ୍ୟାହୃତ ହୋଇଛି । ଏହି ଅଞ୍ଚଳରେ ଲକଡାଉନ ନିୟମ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରୁ ସଂଗୃହୀତ ହୋଇଥିବା ସମସ୍ତ ନମୁନା ନେଗେଟିଭ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଫଳରେ ଏଠାରୁ କଣ୍ଟେନମେଣ୍ଟ କଟକଣା ହଟିଛି ବୋଲି କହିଛନ୍ତି କଟକ ମହାନଗର ନିଗମ କମିସନର ଅନ୍ୟାନ୍ୟା ଦାସ ।

ଉଲ୍ଲେଖଯୋଗ୍ୟ, କଟକର ପଟ୍ଟାପୋଲ ଅଞ୍ଚଳରେ ବିଗତ ଦିନରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ କଟକ ମହାନଗର ନିଗମ କଣ୍ଟେନମେଣ୍ଟ ଜୋନ ବା ଅବରୋଧ ଭାବେ ଘୋଷଣା କରିଥିଲା । ଏହି ଅଞ୍ଚଳକୁ ଚାରିଆଡୁ ସିଲ୍ କରିଦିଆଯାଇଥିଲା । ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଥିଲା ।

ସମ୍ବନ୍ଧିତ ଖବର