ଆସନ୍ତାକାଲି ବାରବାଟୀ ଆସିବେ ବଲିଉଡ ଭାଇଜାନ ସଲମାନ୍‌ ଖାନ୍‌

କଟକ: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଅବସରରେ ବୁଧବାର କଟକର ଐତିହାସିକ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ବଲିଉଡ ଭାଇଜାନ ସଲମାନ ଖାନ ଯୋଗଦେବେ। ବଲିଉଡ ଅଭିନେତା ସଲମାନ ଖାନ୍‌ ଟ୍ଵିଟ ଯୋଗେ ଏହି ସୁଚନା ଦେଇଛନ୍ତି।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ମଙ୍ଗଳବାର ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଉଦ୍‌ଘାଟନୀ ସମାରୋହରେ ଓସ୍କାର ବିଜେତା ଏ ଆର ରେହମାନ୍‌ ସଂଗୀତ ପରିବେଷଣ କରିଛନ୍ତି। ଏହା ପୂର୍ବରୁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ମଂଚ ଉପରେ ନିଜର ପ୍ରସ୍ତୁତ ଦେଇଥିଲେ।

ଉଦ୍‌ଘାଟନୀ ସମାରୋହ ଅବସରରେ ପ୍ରାୟ ୪୦ ହଜାର ଦର୍ଶକଙ୍କ ସମ୍ମୁଖରେ ଏ.ଆର. ରେହମାନ୍‌, ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ମାଧୁରୀ ଦୀକ୍ଷିତଙ୍କ ସମେତ ପ୍ରାୟ ଏକ ହଜାରରୁ ଅଧିକ କଳାକାର ନୃତ୍ୟ ପରିବେଷଣ କରୁଛନ୍ତି। ଓସ୍କାର ବିଜେତା ରେହମାନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ବିଶ୍ୱକପ୍‌ର ଅଫିସିଆଲ ସଙ୍ଗ ‘ଜୟ ହିନ୍ଦ, ଇଣ୍ଡିଆ’ର ଧ୍ୱନିରେ କଳିଙ୍ଗ ଷ୍ଟାଡିୟମ୍‌ ପ୍ରକମ୍ପିତ ହୋଇଛି। ସେହିପରି ଉଦ୍‌ଘାଟନୀ ସମାରୋହରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ସ୍ଥାନ ମିଳିଛି। ବିଭିନ୍ନ ଭାଷାରେ ଶାସ୍ତ୍ରୀୟ ନୃତ୍ୟ-ଗୀତର ଆସର ହେଉଛି।

ସମ୍ବନ୍ଧିତ ଖବର