କଟକ ଆସିବେ ସଲମାନ୍‌ ଖାନ୍

ଭୁବନେଶ୍ବର : ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଶାହରୁଖ୍ ଖାନ୍ ଯୋଗ ଦେଉଥିବା ବେଳେ କଟକର ବାରବାଟୀ ପଡ଼ିଆରେ ହେବାକୁ ଥିବା ହକି ବିଶ୍ବକପ୍‌ ସେଲିବ୍ରେସନ୍‌ରେ ବଲିଉଡ୍ ସୁପରଷ୍ଟାର ତଥା ଦବଙ୍ଗ ଖାନ୍‌ ସଲମାନ ଖାନ୍ ଯୋଗଦେବେ ବୋଲି ଜଣାପଡ଼ିଛି। ବାରବାଟୀରେ ଏ.ଆର୍‌ ରହେମାନ୍ ସଂଗୀତ ପରିବେଷଣ କରିବାକୁ ଥିବାବେଳେ ସଲମାନ୍ ଏଥିରେ ଯୋଗଦେବେ। ସଲମାନ୍ ଅତିଥି ଭାବେ ଆସିବେ କି କାର୍ଯ୍ୟକ୍ରମ ପରିବେଷଣ କରିବେ ତାହା ଜଣାପଡ଼ିନି। ଏହି କାର୍ଯ୍ୟକ୍ରମରେ ତେଲୁଗୁ ସୁପରଷ୍ଟାର୍ ପ୍ରଭାସ ବି ଯୋଗଦେବାର ଅଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ସଲମାନ୍‌ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ସୁଟିଂରୁ ବ୍ୟସ୍ତ ଥିବାରୁ ଟେଲିଫୋନ୍‌ ଯୋଗେ ସହମତି ଜଣାଇଛନ୍ତି। କିନ୍ତୁ ତାଙ୍କ କାର୍ଯ୍ୟାଳୟରୁ କିଛି ଲିଖିତ ଭାବେ ଜଣାଯାଇନି।

ସମ୍ବନ୍ଧିତ ଖବର