କରୋନାର ମୁକାବିଲା ପାଇଁ ଓଡ଼ିଶାବାସୀଙ୍କୁ ଭିଡିଓ ବାର୍ତ୍ତା ଦେଲେ ବଲିଉଡର ସୁପରଷ୍ଟାର୍ ସଲମାନ୍ ଖାନ୍

ମୁମ୍ବାଇ: କରୋନା ବିରୋଧରେ ଲଢେଇ କରୁଛି ସାରା ବିଶ୍ୱ । ଏହି ସମୟରେ ବଲିଉଡ ସୁପରଷ୍ଟାର୍ ସଲମାନ ଖାନ୍ କରୋନାର ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ନିଜକୁ ସୁରକ୍ଷିତ ରଖିବାକୁ ଭିଡିଓରେ ବାର୍ତ୍ତା ଦେଇଛନ୍ତି।

ସେପଟେ ସାମାଜିକ ଦୂରତାର ଏପରି ଚିତ୍ର ମଧ୍ୟ ଆସିଛି ଓଡ଼ିଶାରୁ, ଯାହା ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଜନତାଙ୍କୁ ବାର୍ତ୍ତା ଦେବ । ରାସନ ସାମଗ୍ରୀ ପାଇଁ ଆପଣ କୌଣସି ମଲ୍ କିମ୍ବା ଦୋକାନକୁ ଯାଉଛନ୍ତି କି ? ସାମଗ୍ରୀ କିଣିବା ବେଳେ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣେ ଠିଆ ହୋଇଥିବା ସମୟରେ ପରସ୍ପରଠାରୁ ପ୍ରାୟ ୧ ମିଟର ଦୂରତା ରଖିଛନ୍ତି । ଆଉ ପ୍ରତି ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଦୂରତା ରକ୍ଷା କରିବାକୁ ଗୋଲେଇ ଗୋଲେଇ କରି ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଲୋକ ମଧ୍ୟ ଏହାକୁ ପାଳନ କରୁଛନ୍ତି ।

କେନ୍ଦୁଝର, କାଲିମେଳା ଓ ରାଜଧାନୀ ଭୁବନେଶ୍ୱରର ଏପରି ଚିତ୍ର ଆଜି ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ନିଶ୍ଚୟ । ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେବା ପରଠାରୁ ରାସନ ସାମଗ୍ରୀ ଓ ପନିପରିବା ଅତି ଦରକାରୀ ଜିନିଷ କିଣିନେବାକୁ ଲୋକଙ୍କ ମଧ୍ୟରେ ଏକ ପ୍ରତି ଯୋଗିତା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବାର ଏହି ଚିତ୍ର ଜନତାଙ୍କୁ ବାର୍ତ୍ତା ପ୍ରଦାନ କରିବ । ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରେରଣା ବି ଦେବ ।

ସମ୍ବନ୍ଧିତ ଖବର