କରୋନା କଟକଣା : ବନ୍ଦ ହେଲା ବଡ଼ ସେଲୁନ୍, ବିୟୁଟି ପାର୍ଲର ଓ ସ୍ପା

ଗୁରୁତର ଅସୁସ୍ଥତା ଥିଲେ ହିଁ ଡାକ୍ତରଖାନା ଯିବାକୁ ପରାମର୍ଶ

ଭୁବନେଶ୍ବର: ସାରା ବିଶ୍ବରେ ଏବେ କରୋନାଭାଇରସ ସଂକ୍ରମଣକୁ ନେଇ ଆଶଙ୍କିତ ବାତାବରଣ ସୃଷ୍ଟି ହୋଇଥିବା ବେ‌ଳେ ଏହାର ମୁକାବିଲା ପାଇଁ ସବୁ ଦେଶର ସରକାର ଲାଗିପଡ଼ିଛନ୍ତି। ଓଡ଼ିଶାରେ ଏ ପର୍ଯ୍ୟନ୍ତ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ମୁଖ୍ୟତଃ ‘ସାମାଜିକ ଦୂରତ୍ବ’କୁ ଗୁରୁତ୍ବ ଦେଉଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଉତ୍ପାଦନ କମିସନରଙ୍କ ଅଧ୍ୟକ୍ଷତାରେ  ଗଠନ ହୋଇଥିବା ସାମାଜିକ ଦୂରତା କମିଟି ଏକ ମାର୍ଗଦର୍ଶିକା ଜାରି କରିଛି। ଏହା ସବୁ ବଡ଼ ବଡ଼ ସେଲୁନ୍, ବିୟୁଟି ପାର୍ଲର ଏବଂ ସ୍ପା ସେଣ୍ଟରକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ସବୁ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ନୁହେଁ ବୋଲି ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁୁ ଜରୁୁରୀ ଥଲେ ହିଁ ଘରୁ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଥିବା ବେଳେ ବଡ଼ ବଡ଼ ମନ୍ଦିର ଏବଂ ଜନସମାଗମସ୍ଥଳୀକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଥିଲେ ସରକାର। ଏବେ ପ‌ୋଖରୀ ପାଣି ବ୍ୟବହାର ନେଇ ଏବଂ କେବଳ  ଜରୁରୀ ଥିଲେ ହିଁ ଡାକ୍ତରଖାନା ଯିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତିି ସରକାର।

ସେଭଳି କୌଣସି ବଡ଼ ଶାରୀରିକ ସମସ୍ୟା ନଥିଲା ରୋଗୀମାନଙ୍କୁ ଡାକ୍ତରଖାନା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର। ଏହିି ନିର୍ଦ୍ଦେଶ ଉଭୟ ଘରୋଇ ଏବଂ ସରକାରୀ ଡାକ୍ତରରଖାନା ଉପରେ ଲାଗୁ ହେବ। ଯଦି ଆପଣଙ୍କୁ ସାମାନ୍ୟ ଦୁର୍ବଳ ଲାଗୁଛି ବା ଶରୀରର ସହ ଜଡ଼ିତ କିଛି ଛୋଟମୋଟ ସମସ୍ୟା ହୋଇଛି, ତେବେ ଏଭଳି ସମୟରେ ଡାକ୍ତରଖାନା ଯିବାରୁ ଦୂରେଇ ରହନ୍ତୁ, ଏହାଦ୍ବାରା ଡାକ୍ତରଖାନାରେ ଜନସମାଗମ ହ୍ରାସ କରାଯାଇପାରିବ । ସେଠାରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥିବ‌ାରୁ ଲୋକମାନଙ୍କୁୁ ବାରଣ କରିଛନ୍ତି ସରକାର।

ସମ୍ବନ୍ଧିତ ଖବର