ଭାରତ ଯୋଡ଼ ପଦଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ପାଣିକୋଇଲି : ଭାରତ ଯୋଡ଼ ପଦଯାତ୍ରୀ ଗତକାଲି ପାଣିକୋଇଲି କଲେଜ ପଡ଼ିଆରେ ରାତ୍ର ଯାପନ କରିବା ପରେ ଆଜି ଭଦ୍ରକ ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ। ଗତରାତିରେ ପାଣିକୋଇଲି ଖେଳ ପଡ଼ିଆରେ ଦେଶାତ୍ମବୋଧକ କାର୍ଯ୍ୟକ୍ରମ କରାଯାଇଥିଲା। ଯାଜପୁର ଓ କୋରେଇ କଂଗ୍ରେସ ପକ୍ଷରୁ ପଦଯାତ୍ରୀ ଦଳଙ୍କୁ ପାଣିକୋଇଲିରୁ ଭଦ୍ରକ ଜିଲ୍ଲାର ଆରମ୍ଭ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରାକ୍ତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ମାନସ ଚୌଧୁରୀ, ପ୍ରକାଶ ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ସମ୍ପାଦକ ବଳଭଦ୍ର ଦାସ, କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, ସନ୍ତୋଷ ନନ୍ଦ, ବ୍ୟାସନଗର କଂଗ୍ରେସ ସଭାପତି ଦିଲୀପ ମଲ୍ଲିକ, କୋରେଇ ବ୍ଲକ୍‌ କଂଗ୍ରେସ ସଭାପତି ଅକ୍ଷୟ କୁମାର ଜେନା, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରୀତାଶ୍ରୀ ମହାନ୍ତି, କିଶାନ ପଣ୍ତା, ବ୍ୟାସନଗରର ପ୍ରାକ୍ତନ ଉପାଧ୍ୟକ୍ଷ ପ୍ରମୋଦ ପରିଡା, ମାନସ ରଞ୍ଜନ କର, ସନ୍ଧ୍ୟା ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ରାଜନାରାୟଣ ମହାପାତ୍ର, ଉମେଶ ଜେନା, ପଦ୍ମାକର ଗୁରୁ, ନିର୍ମଳା ମହାନ୍ତି, ଶ୍ରୀୟାସ୍ମିତା ପଣ୍ତା, କନକ ମଲ୍ଲିକ, ପ୍ରଶାନ୍ତ ସାହୁ, ବଟକୃଷ୍ଣ ମହାପାତ୍ର,  ସଂଗ୍ରାମ ଜେନା, ହରେକୃଷ୍ଣ ସାହୁ, ଚନ୍ଦ୍ରକାନ୍ତ ସାହୁ, ଦୀପ୍ତିରାଣୀ ପ୍ରଧାନ, ମିହିର ମିଶ୍ର, ଛାତ୍ର କଂଗ୍ରେସ ସଭାପତି ସତୀଶ ମଲ୍ଲିକ, ଦଳିତ ସେଲ ସଭାପତି ଦୁର୍ଯ୍ୟୋଧନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ଘନଶ୍ୟାମ ପଣ୍ତା, ପୂର୍ବତନ ବ୍ଲକ୍‌ ସଭାପତି ମଧୁସୂଦନ ସାହୁ, ରାକେଶ ସାହୁ ପ୍ରମୁଖ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର