୪ଦଫା ଦାବି ନେଇ ପୁଣି ଓଇଆରସି ଘେରିବ ସମାଜବାଦୀ ପାର୍ଟି

ଭୁବନେଶ୍ୱର : ବିଜୁଳି ଦରବୃଦ୍ଧିକୁ ନେଇ ଆଜି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ଙ୍କ ରାୟ ପ୍ରକାଶ ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଖାଉଟିଙ୍କ ପାଇଁ ବିଜୁଳି ଶୁଳ୍କ ବଢ଼ିବ ନାହିଁ ବୋଲି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ସମାଜବାଦୀ ପାର୍ଟି ଏହାକୁ ସ୍ବାଗତ କରିବା ସହ ଅନ୍ୟ ୪ଟି ଦାବି ପୂରଣ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛି। ଅନ୍ୟ ଚାରିଟି ଦାବି ଯଥା, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ସମସ୍ୟା ସମାଧାନ ପାଇଁ ନୋଡ଼ାଲ ଅଧିକାରୀ ନିଯୁକ୍ତି ଓ ଟୋଲ୍‌ ଫ୍ରି’ ନମ୍ବର, ବିଜୁଳି ସଂସ୍କାରର ଶ୍ବେତପତ୍ର ଜାରି ଓ ସରବରାହ ଜନିତ କ୍ଷତି କମାଇବା ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଆଗାମୀ ଦିନରେ ପାର୍ଟି ପୁଣିଥରେ ଓଇଆରସି ଓ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍‌ ବିବୃତିରେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର