ଭୁବନେଶ୍ବର : ଆଗାମୀ ୧୨ ତାରିଖରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫର୍ମ ପୂରଣ ଆରମ୍ଭ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ସମାଜବାଦୀ ପାର୍ଟି ଫର୍ମ ପୂରଣ ପାଇଁ ସମସ୍ତ ଦେୟ ଛାଡ଼ କରିବାକୁ ଦାବି କରିଛି। କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥିବାରୁ ୫ଲକ୍ଷ ଦଶମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି’ ଆଦାୟ ନ କରିବା ପାଇଁ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି। ଏହା ସହିତ ୩ଲକ୍ଷ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ମାସିକ ଦେୟ ସମେତ ପରୀକ୍ଷା ଦେୟ ଛାଡ଼ କରିବାକୁ ଦାବି କରାଯାଇଛି।
ଦଶମ ଓ ଦ୍ବାଦଶ ପରୀକ୍ଷା ଦେୟ ଛାଡ଼ ପାଇଁ ସମାଜବାଦୀ ପାର୍ଟିର ଦାବି
/sambad/media/post_attachments/wp-content/uploads/2020/08/Samajwadi_Party.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)