କୃଷକମାନଙ୍କ ସତ୍ୟାଗ୍ରହକୁ ସମାଜବାଦୀ ପାର୍ଟିର ସମର୍ଥନ

ଭୁବନେଶ୍ୱର : ଧାନଚାଷୀ, ଦୁଗ୍ଦ ଚାଷୀ, ପନିପରିବା ଚାଷୀମାନଙ୍କର ଦୁର୍ଦ୍ଦଶା ଓ ସର୍ବପରି କୃଷି କ୍ଷେତ୍ରକୁ ବହୁ ଦେଶୀୟ କମ୍ପାନି ମାନଙ୍କୁ ମୁକ୍ତ କରିବା ବିରୋଧରେ ଆସନ୍ତାକାଲି ‘ଭାରତ ଛାଡ଼ ଆନ୍ଦୋଳନ ଦିବସ’ରେ ବିଭିନ୍ନ କୃଷକ ସଂଗଠନମାନଙ୍କ ପକ୍ଷରୁ ଯେଉଁ ବାର ଘଣ୍ଟିଆ ସତ୍ୟାଗ୍ରହ ଡାକରା ଦିଆଯାଇଛି ତାହାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟକମିଟି ସମର୍ଥନ କରୁଛିl ଚାଷୀମାନଙ୍କୁ ଶୋଷଣ ଓ ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ‘୨ୟ ଭାରତ ଛାଡ଼ ଆନ୍ଦୋଳନ’ର ଆବଶ୍ୟକତା ରହିଛି ବୋଲି ଦଳର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ ବିବୃତିରେ ମତବ୍ୟକ୍ତ କରିଛନ୍ତି l

ସମ୍ବନ୍ଧିତ ଖବର