ଖଲିଆପାଲି ଓ ଲୋଇସିଂହା ଷ୍ଟେସନ ମଧ୍ୟରେ ଦୋହରୀକରଣ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଆଂଶିକ ବାତିଲ୍‌

ଭୁବନେଶ୍ବର : ଖଲିଆପାଲି ଓ ଲୋଇସିଂହା ଷ୍ଟେସନ ମଧ୍ୟରେ ଦୋହରୀକରଣ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ଆଂଶିକ ବାତିଲ କରାଯାଇଛି। ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ହାୱଡାରୁ ଛାଡ଼ିବାକୁ ଥିବା ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ(୧୮୦୦୫) ସମ୍ବଲପୁର ପର୍ଯ୍ୟନ୍ତ ଚଳାଚଳ କରିବ। ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ଯାଏ ଜଗଦଲପୁରରୁ ଛାଡ଼ିବାକୁ ଥିବା ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ୍‌(୧୮୦୦୬) ଜଗଦଲପୁର ପରିବର୍ତ୍ତେ ସମ୍ବଲପୁରରୁ ଛାଡ଼ିବ। ଉଭୟ ପାର୍ଶ୍ୱରୁ ହାୱଡ଼ା-ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ(୧୮୦୦୫/୧୮୦୦୬) ସମ୍ବଲପୁର ଓ ଜଗଦଲପୁର ମଧ୍ୟରେ ବାତିଲ ରହିବ। ସେହିପରି ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌(୧୨୮୯୩/୧୨୮୯୪) ଉଭୟ ଦିଗରୁ ଭୁବନେଶ୍ୱର ଓ ବରଗଡ଼ ରୋଡ ମଧ୍ୟରେ ଚଳାଚଳ କରିବ। ବରଗଡ଼ ରୋଡ ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ।

ଏହାବ୍ୟତୀତ ଲୋକାଲ ପାସେଞ୍ଜର ଟ୍ରେନ ସମ୍ବଲପୁର-କୋରାପୁଟ ପାସେଞ୍ଜର(୫୮୩୦୧), କୋରାପୁଟ-ସମ୍ବଲପୁର ପାସେଞ୍ଜର(୫୮୩୦୨), ସମ୍ବଲପୁର-ଜୁନାଗଡ଼ ରୋଡ ପାସେଞ୍ଜର(୫୮୩୦୩), ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର (୫୮୨୧୪) ଓ ଟିଟିଲାଗଡ଼-ରାୟପୁର ପାସେଞ୍ଜର (୫୮୨୧୭) ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ଜୁନାଗଡ଼ ରୋଡ-ସମ୍ବଲପୁର ପାସେଞ୍ଜର(୫୮୩୦୪), ଟିଟିଲାଗଡ଼-ବିଳାସପୁର ପାସେଞ୍ଜର(୫୮୨୧୩) ଓ ରାଇପୁର-ଟିଟିଲାଗଡ଼ ପାସେଞ୍ଜର (୫୮୨୧୮) ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର