ସମଲେଶ୍ୱରୀ ମନ୍ଦିର ରଙ୍ଗ କାମକୁ ନେଇ ବିବାଦ

ବଲାଙ୍ଗୀର: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ରଙ୍ଗକୁ ନେଇ ବିବାଦ ଦେଖାଦେଇଛି। ମନ୍ଦିର କାନ୍ଥରେ ରଂଗମରାକୁ ନେଇ ଶ୍ରଦ୍ଧାଳୁ ଓ ଅଧିକାରୀମାନେ ମୁହାଁମୁହିଁ ହୋଇଥିଲେ। କିଛି ଦିନ ତଳେ ମନ୍ଦିରର କିଛି ଅଂଶ ଭାଙ୍ଗି ଯାଇଥିବାରୁ ବଲାଙ୍ଗୀରର ଶ୍ରଦ୍ଧାଳୁମାନଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ମନ୍ଦିର ମରାମତି ପାଇଁ କାମ ଆରମ୍ଭ କରିଥିବା ବେଳେ ବର୍ଷର ଶେଷ ଦିନ ୩୧ ତାରିଖ ସନ୍ଧ୍ୟାରେ ପୁଲିସ, ପ୍ରଶାସନ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରଶାସନ ତରଫରୁ ମନ୍ଦିର ସାମନା ସବୁଜ ରଙ୍ଗ ହିଁ ଏହି ବିବାଦର କାରଣ ହୋଇଥିଲା।

ଦେବୀଙ୍କ ପୀଠରେ ସବୁଜ ରଂଗ ନିଷେଧ ଥିବାରୁ ତାହା ପ୍ରଶାସନ କାହା ଚାପରେ କାର୍ଯ୍ୟ କରିଛି ବୋଲି ଶ୍ରଦ୍ଧାଳୁ ପ୍ରଶ୍ନ କରିଥିଲେ। ପ୍ରଶାସନ ରଙ୍ଗ ଲଗାଇଥିବାକୁ ବିରୋଧ କରି କେତେକ ଶ୍ରଦ୍ଧାଳୁ ଗେରୁଆ ରଂଗ ଲଗାଇଥିଲେ। ପୁଲିସ ପହଞ୍ଚି ରଂଗ କାମକୁ ବନ୍ଦ କରିଥିଲା। ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଆସି କାମ ବନ୍ଦ କରିଦେଇଥିଲେ। ଶନିବାର ଏହି ଘଟଣାକୁ ନେଇ ଆଳତି କମିଟି ଘୋର ନିନ୍ଦା କରିଛି ଏବଂ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର