ମରାମତି ହେଉଛି ମନ୍ଦିର: ଗର୍ଭ ଗୃହରେ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୂଜା ଓ ଭକ୍ତଙ୍କ ଦର୍ଶନ ଗୁରୁବାରଠାରୁ ବନ୍ଦ ରହିଛି। ଆଗକୁ ବି କିଛି ଦିନ ଭକ୍ତଙ୍କୁ ମାଆଙ୍କ ବିଗ୍ରହ ଦର୍ଶନ ମିଳିବ ନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ମନ୍ଦିରର ଗର୍ଭ ଗୃହ (ଗମ୍ଭିରା)ର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେଠାରେ ପୂଜା ଓ ଦର୍ଶନ ବନ୍ଦ କରାଯାଇଛି। ଅପର ପକ୍ଷରେ ମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀଙ୍କ ଠାରେ ମାଆଙ୍କୁ ପ୍ରତୀକାତ୍ମକଭାବେ ସ୍ଥାପନ କରାଯାଇଛି। ତେଣୁ ଏବେ ଭୁବନେଶ୍ୱରୀଙ୍କ ରୂପରେ ପୂଜା ପାଉଛନ୍ତି ଓ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ୱରୀ। ସେଇଠି ମାଆଙ୍କ ସମସ୍ତ ନୀତି କରାଯାଉଛି। ଅପରପକ୍ଷରେ ମରାମତି କେତେ ଦିନ ଲାଗିବ ତାହା କହିବା ସମ୍ଭବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର