ବଲାଙ୍ଗୀର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବୁଧବାର ବଲାଙ୍ଗୀରର ପ୍ରସିଦ୍ଧ ଶକ୍ତିପୀଠ ମାଁ ସମଲେଶ୍ୱରୀ ମନ୍ଦିର ପରିସରରେ ଗୋଟିଏ ୱାଟରକୁଲର ଓ ପ୍ୟୁରିଫାୟର ମେସିନକୁ ଲୋକାର୍ପଣ କରିଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ ଅନୁରୋଧରେ ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଶ୍ରୀମତୀ ମିଶ୍ର ଏହି ପଦକ୍ଷେପ ନେଇଛନ୍ତି। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିରରେ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରାଶାସନିକସ୍ତରରେ ଆବଶ୍ୟକ ସହଯୋଗ ଯୋଗାଇବା ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବିଶିଷ୍ଟ ଲୋକମାନେ ଉପସ୍ଥିତଥିଲେ।
ସମଲେଶ୍ୱରୀ ମନ୍ଦିରର ବିକାଶ କରାଯିବ: ଶ୍ରୀମୟୀ
/sambad/media/post_attachments/wp-content/uploads/2021/03/sambalpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)