ଚନ୍ଦ୍ର ଗ୍ରହଣ ନିମନ୍ତେ ମଙ୍ଗଳବାର ବନ୍ଦ ରହିବ ମା’ ସମଲେଶ୍ବରୀଙ୍କ ଦର୍ଶନ

ସମ୍ବଲପୁର: ଚନ୍ଦ୍ର ଗ୍ରହଣ ନିମନ୍ତେ ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ମା’ ସମଲେଶ୍ବରୀଙ୍କ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ଭୋର ୪ଟା ୩୦ରେ ମନ୍ଦିର ଖୋଲାଯାଇ ମା’ଙ୍କ ନୀତିକାନ୍ତି କରାଯିବ। ମଙ୍ଗଳ ଆଳତି ଓ ଭୋଗ ଅର୍ପଣ ପରେ ପୁଣି ସକାଳ ୫ଟା ୩୦ରେ ମନ୍ଦିର ବନ୍ଦ ହେବ ଓ ବୁଧବାର ସକାଳ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

ବୁଧବାର ୯ ତାରିଖ ସୂର୍ଯ୍ୟୋଦୟ ପରେ ମନ୍ଦିର ଶୋଧନ ପୂର୍ବକ ମା’ଙ୍କ ନୀତିକାନ୍ତି କରାଯିବ। ମଙ୍ଗଳ ଆଳତି ପରେ ପୁଣି ଭକ୍ତଙ୍କୁ ମା’ ସମଲେଶ୍ବରୀଙ୍କ ଦର୍ଶନ ମିଳିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର