ସମ୍ବଲପୁର: ଆଜି ୨୫ ତାରିଖ ଦିନ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ। ଭୋର୍ରେ ମାଁ ସମଳେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ
ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ। ତେବେ, ଆଳତୀ ଓ ଅନ୍ନଭୋଗ ସମୟରେ ଭକ୍ତମାନଙ୍କ ସମୂହ ଦର୍ଶନ ବନ୍ଦ ରହିବ। ମହାଳୟା ଅବସରରେ ପ୍ରବଳ ଭିଡ଼ ହେଉଥିବାରୁ ଭକ୍ତମାନଙ୍କୁ ମନ୍ଦିରକୁ ଭୋଗ, ଦୀପ, ଧୂପ ନେବା ଉପରେ କେବଳ ଗୋଟିଏ ଦିନ ପାଇଁ ବାରଣ କରାଯାଇଛି। ଭକ୍ତମାନେ ଏଥିରେ ସହଯୋଗ କରିବାକୁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/3-17.jpg)