ଭାରତୀୟ ସେନାରେ ଭର୍ତ୍ତି ପାଇଁ ସାମନ୍ତରାୟ ଏକାଡେମିର ୨୬୩ ବିଦ୍ୟାର୍ଥୀ ମନୋନୀତ

ବ୍ରହ୍ମପୁର : ସାମରିକ ବାହିନୀରେ ଯୋଗଦାନ ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଗୋସାଇଁ ନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମି ପୁଣି ଏକ ସଫଳତା ହାସଲ କରିଛି। ଏହି ଅନୁଷ୍ଠାନର ୨୬୩ଜଣ ବିଦ୍ୟାର୍ଥୀ ଭାରତୀୟ ସେନାର ବିଭିନ୍ନ ଟ୍ରେଡ୍‌ରେ ଯୋଗଦାନ ପାଇଁ ମନୋନୀତ ହୋଇଛନ୍ତି। ଯାହାକି ଏକ ରେକର୍ଡ଼ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।

୨୦୧୯ ଅକ୍ଟୋବର ମାସରେ ଦକ୍ଷିଣ ଓଡ଼ିଶା ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ହୋଇଥିବା ଆର୍ମି ନିଯୁକ୍ତି ରାଲିରେ ବିଦ୍ୟାର୍ଥୀମାନେ ଶାରୀରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଗତ ଜାନୁଆରି ୧୯ତାରିଖରେ ହୋଇଥିବା ସ୍ବାସ୍ଥ୍ୟ ପରୀକ୍ଷା ଓ ଲିଖିତ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇ ୨୬୩ଜଣ ବିଦ୍ୟାର୍ଥୀ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ଏହି ଅବସରରେ ଗୋସାଇଁ ନୂଆଗାଁ ସ୍ଥିତ କ୍ୟାମ୍ପସ୍‌ରେ ସଫଳ ବିଦ୍ୟାର୍ଥୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାଡେମିର ପ୍ରତିଷ୍ଠାତା ଡ. ଲଳିତମୋହନ ସମାନ୍ତରାୟ ଏବଂ ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ସହିତ ଦେଶସେବାରେ ଶତ ପ୍ରତିଶତ ଶ୍ରମଦାନ କରିବାକୁ ଆହ୍ବାନ କରିଛନ୍ତି। ଏକାଡେମିର ହରମୋହନ ପାଣିଗ୍ରାହୀ, ରାମକୃଷ୍ଣ ମିଶ୍ର, ଅନୀଲ କୁମାର ପାତ୍ର, ଅଭିଳାଷ ଆନନ୍ଦ, ବ୍ରହ୍ମାନନ୍ଦ ବାରିକ, ସୁରେଶ ପଣ୍ଡା, ଦିବ୍ୟରଂଜନ ପ୍ରଧାନ, ମାନସ କୁମାର ସାହୁ, ଲିପକ କୁମାର ସାହୁ, ଅମିତ ସାହୁ, ଜି. ଅନୀଲ ପାତ୍ର, ମଧୁସୂଦନ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର