ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସାମନ୍ତରାପୁର ମିଠା ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଦିଲୀପ ବେହେରା, ଦିଲୀପର ବାପା ବାଉରିଆ ବେହେରା , ତାର ସ୍ତ୍ରୀ ଓ ପୁଅ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଦୁଇ ଜଣଙ୍କୁ ପୁରୀରୁ ଗିରଫ କରାଯାଇଛି । ଦିଲୀପର ପୁଅ ରାଜା ଗତକାଲି ଆତ୍ମସମର୍ପଣ କରିଥିଲା । ଏହି ହତ୍ୟାକାଣ୍ଡ ମାମଲାରେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି ।
ଏହି ହତ୍ୟାକାଣ୍ଡ ପାଇଁ ସୁପାରି ଦେଇଥିଲା ଦିଲୁ । ଦିଲୁର ପୁଅ ରାଜା ରଚିଥିଲା ହତ୍ୟାକାଣ୍ଡର ଷଡଯନ୍ତ୍ର । ପୂର୍ବ ଶତ୍ରୁତାରୁ ମିଠା ଦୋକାନୀକୁ ଗୋଡ଼ାଇ ଗୋଡ଼ାଇଇ ହାଣିଥିଲେ ଦୁର୍ବୃତ୍ତ ।
ସୂଚନାଯୋଗ୍ୟ, ଗତ ୪ ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ରାଜଧାନୀରେ ମୁଣ୍ଡ ଗଡିଥିଲା । ଜଣେ ମିଠା ଦୋକାନୀ ଜମ୍ମୁ ସାହୁଙ୍କୁ ବିଚ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୃତ୍ତ । ଏକ ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଯାହାର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ହତ୍ୟାକାରୀକୁ ଗିରଫ ଦାବିରେ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Another-5-Arrested-on-Samatarapur-Murder-Case_Thumbnail.jpg)