‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା : ୨୭ରେ ଚୂଡ଼ାନ୍ତ ପର୍ଯ୍ୟାୟ ବିତର୍କ, ସାରେଗାମା

ଭୁ‌ବନେଶ୍ୱର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଆସନ୍ତା ୨୭ ତାରିଖରେ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପର୍ଯ୍ୟାୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗତକାଲି ଜୋନସ୍ତରରେ ଏହି ପ୍ରତିଯୋଗିତା ହୋଇଥିଲା। ୯ଟି ଜୋନରେ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ତିନିଟି ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାଲାଗି ସୁ‌େଯାଗ ମିଳିବ। ଜୋନସ୍ତରୀୟ ପ୍ରତିଯୋଗିତାର ପଳାଫଳ ଖୁବଶୀଘ୍ର ପ୍ରକାଶ ପାଇବ। ସେହିଭଳି ଆଜି ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହାର ଫଳାଫଳ ମଧ୍ୟ ଶୀଘ୍ର ପ୍ରକାଶ ପାଇବ।

ସୂଚନାଯୋଗ୍ୟ ଯେ ‘ସମ୍ବାଦ’ର ଏହି ବାର୍ଷିକ ପ୍ରତିଯୋଗିତାରେ ଭାଗ ନେବାଲାଗି ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ମିଳିଛି। ପ୍ରତିଯୋଗିତାରେ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍‌, ବିତର୍କ ଓ ସାରେଗାମାକୁ ସାମିଲ କରାଯାଇଛି। କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ପ୍ରଥମ ଥର ଲାଗି ଅନ୍‌ଲାଇନ୍‌ରେ କରାଯାଉଥିବା ଏହି ପ୍ରତି‌ଯୋଗିତାରେ ହଜାର ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି। ବିତର୍କ, ସା‌େରଗାମା ଓ କୁଇଜ୍ ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ହୋଇଥିବା ବେଳେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ୍‌ରେ ଆୟୋଜିତ ହୋଇଥିଲା। ଅନଲାଇନ୍ ପ୍ରତିଯୋଗିତାରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟ‌ରେ ବିପୁଳ ଉତ୍ସାହ ପରିଲକ୍ଷିତ ହେଉଛି।

ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ତିନି ତିନି ଜଣଙ୍କୁ ଚୟନ କରାଯାଇଛି। ଶ୍ରେଷ୍ଠ ବିବେଚିତ କୃତୀଗୁଡ଼ିକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଯିବ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯିବ।

ଏସଂପର୍କରେ ଅଧିକ ସୂଚନା ଲାଗି ନିୟମିତ ‘ସମ୍ବାଦ’ ପଢ଼ିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର