ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରାଜ୍ୟର ୩୧୪ଟି ବ୍ଲକ୍‌ ଏବ˚ ୩୦ଟି ଜିଲ୍ଲାରେ ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା -୨୦୨୫ ଅନୁଷ୍ଠିତ ହୋଇଯାଇଛି। ବର୍ଷକୁ ବର୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବଢ଼ୁଥିବା ଉତ୍ସାହକୁ ଦେଖି ଚଳିତବର୍ଷ ୫୭୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲେ ହେଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଆଗରେ ଏହା ସତେ ଯେମିତି ଫିକା ପଡ଼ିଯାଇଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାର ଘଣ୍ଟାକ ପୂର୍ବରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।

Advertisment

ପରିବେଶ ସୁରକ୍ଷା ସହ ସଚେତନତାକୁ ଦୃଷ୍ଟିରେ ରଖି ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନର ଏକ ଅଂଶସ୍ବରୂପ ଏଥର ମଧ୍ୟ ଗତବର୍ଷ ଭଳି ପ୍ରଶ୍ନପତ୍ରଗୁଡ଼ିକରେ ପରିବେଶ ସମ୍ପର୍କିତ ପ୍ରଶ୍ନକୁ ସାମିଲ୍ କରାଯାଇଥିଲା। ଭବିଷ୍ୟତ ପିଢ଼ିଙ୍କୁ ପ୍ରକୃତି ଓ ପରିବେଶ ସମ୍ପର୍କରେ ଜଣାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିଲା। ପ୍ରତିବର୍ଷ ପରି ଏଥର ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଚିତ୍ରାଙ୍କନ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଓଡ଼ିଆ ହସ୍ତାକ୍ଷର ଏବ˚ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ‘ଭାଷାଜ୍ଞାନ-ପ୍ରବନ୍ଧ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ୫୭୦ଟି ଯାକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ସମୟରେ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା।

୫୭୦ କେନ୍ଦ୍ରରେ ୧,୭୧,୧୩୫ ପରୀକ୍ଷାର୍ଥୀ

‘ପୁନଶ୍ଚ ପୃଥିବୀ’ ଅଭିଯାନର ଅଂଶ ସାଜିଲା ପ୍ରତିଯୋଗିତା

ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ପୂର୍ବାହ୍ନ ୯ଟା ୩୦ରେ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ବିଷୟବସ୍ତୁ ଦିଆଯାଇଥିଲା। ଚିତ୍ରାଙ୍କନର ବିଷୟ ଥିଲା ‘ମୋ ସବୁଜ ପୃଥିବୀ’, ‘ଉଡ଼ାଜାହାଜ’ଏବଂ ‘ହାତୀ’। ଏହି ତିନିଟି ବିଷୟ ମଧ୍ୟରୁ ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଚିତ୍ର ଆଙ୍କିଥିଲେ। ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହୋଇଥିବାବେଳେ ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ଉକ୍ତ କେନ୍ଦ୍ରରେ ଅଭିଜ୍ଞ ବିଚାରକ ମଣ୍ତଳୀଙ୍କ ଦ୍ବାରା ଖାତାଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ପରୀକ୍ଷା କେନ୍ଦ୍ରରେ ହିଁ ପୁରସ୍କୃତ କରାଯାଇଥିଲା।

ଆଜିର ପ୍ରତିଯୋଗିତାରେ ସମସ୍ତ କେନ୍ଦ୍ରର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଖାତାକୁ ରାଜ୍ୟସ୍ତରୀୟ ପ୍ରତିିଯୋଗିତା ପାଇଁ ପୁନଃ ମୂଲ୍ୟାୟନ କରାଯିବ। ଅକ୍ଟୋବର ମାସରେ ହେବାକୁ ଥିବା ‘ସମ୍ବାଦ’ର ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ। ଚଳିତବର୍ଷ ‘ସମ୍ବାଦ’ର ୯ଟି ସ˚ସ୍କରଣ ଅଧୀନରେ ହୋଇଥିବା ୫୭୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୧,୭୧,୧୩୫ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ଚିତ୍ରାଙ୍କନରେ ୬୩,୮୨୦ ଜଣ, ହସ୍ତାକ୍ଷରରେ ୬୪୦୨୮ ଜଣ ଓ ଭାଷାଜ୍ଞାନରେ ୪୩,୨୮୭ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଭୁବନେଶ୍ବର ସ˚ସ୍କରଣରେ ୬୨ଟି କେନ୍ଦ୍ରରେ ୨୭,୦୦୨ ଜଣ ଭାଗ ନେଇଥିବାବେଳେ କଟକ ସ˚ସ୍କରଣରେ ୫୯ଟି କେନ୍ଦ୍ରରେ ୧୬,୫୬୦ ଜଣ, ଯାଜପୁର ସ˚ସ୍କରଣରେ ୪୬ଟି କେନ୍ଦ୍ରରେ ୧୨,୯୧୨ ଜଣ, ଅନୁଗୁଳ ସ˚ସ୍କରଣରେ ୩୫ଟି କେନ୍ଦ୍ରରେ ୯,୮୪୭ଜଣ, ବାଲେଶ୍ବର ସ˚ସ୍କରଣରେ ୯୨ଟି କେନ୍ଦ୍ରରେ ୨୪୭୨୧ ଜଣ, ରାଉରକେଲା ସ˚ସ୍କରଣରେ ୩୪ଟି କେନ୍ଦ୍ରରେ ୧୩,୫୮୦ଜଣ, ସମ୍ବଲପୁର ସ˚ସ୍କରଣରେ ୧୧୭ଟି ପରୀକ୍ଷା କେନ୍ଦ୍ରରେ ୩୩,୩୧୩ ଜଣ, ବ୍ରହ୍ମପୁର ସ˚ସ୍କରଣରେ ୫୧ଟି କେନ୍ଦ୍ରରେ ୧୩,୧୧୮ ଜଣ ଏବ˚ ଜୟପୁର ସ˚ସ୍କରଣରେ ୭୪ଟି କେନ୍ଦ୍ରରେ ୨୦,୦୮୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ‘ସମ୍ବାଦ- ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିବାରୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।