ଭୁବନେଶ୍ୱର : ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମ୍ବାଦ-ଆମ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ କେଏମ୍‌ବିବି କଲେଜ ଅଫ୍‌ ଇଞ୍ଜିନୟରିଂ ଆଣ୍ଡ୍‌ ଟେକ୍‌ନଲୋଜି, କେଏମ୍‌ବିବି ଜୁନିୟର ସାଇନ୍ସ କଲେଜ ତଥା ସମ୍ବାଦ ସ୍କୁଲ ଅଫ୍‌ ମିଡିଆ ଆଣ୍ଡ୍‌ କଲ୍‌ଚର ଆଦି ଶିକ୍ଷାନୁଷ୍ଠାନ ସମୂହକୁ ଆଇଏସଓ -୯୦୦୧: ୨୦୧୫ ମାନ୍ୟତା ମିଳିଛି। ସାମାଜିକ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ମର୍ଯ୍ୟାଦାଜନକ ମାନ୍ୟତା ପ୍ରଦାନ କରାଯାଇଛି। ଏକେପି ଆସୋସିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପ କୁମାର ପଣ୍ଡା ଏ ସମ୍ପର୍କିତ ପ୍ରମାଣପତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଆଇଏସ୍‌ଓ ମାନ୍ୟତାର ମୁଖ୍ୟ କାର୍ଯ୍ୟପ୍ରଣାଳୀକୁ ସମ୍ବାଦ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁୁସନସର ଡିନ୍‌ ଡ. ଦେବୀତୋଷ ଆଚାର୍ଯ୍ୟ ପରିଚାଳନା କରିଥିଲେ।