ସମ୍ବାଦ-ଆମ ଓଡ଼ିଶା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଯୋଜନା

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଶପଥ ଗ୍ରହଣ ପରେ କରିଥିବା ଘୋଷଣା ଅନୁଯାୟୀ ସାଂସଦ ହିସାବରେ ସେ ପାଇବାକୁ ଥିବା ବେତନକୁ ଅଭାବୀ ଚାଷୀ ପରିବାରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ଆକାରରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଛାତ୍ରବୃତ୍ତି ଯୋଜନାର ପରିଚାଳନା ପାଇଁ ସେ ସମ୍ବାଦ-ଆମ ଓଡ଼ିଶା ଚାରିଟେବୁଲ୍‌ ଟ୍ରଷ୍ଟକୁ ଦାୟିତ୍ଵ ଦେଇଛନ୍ତି।

ଏବେ ସମ୍ବାଦ-ଆମ ଓଡ଼ିଶା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁସାରେ ୨୦୧୮ ମସିହା ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ୍‌ କରିଥିବା ଚାଷୀ ପରିବାରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ (ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ) ବାଛି ସେମାନଙ୍କୁ ଯୁକ୍ତ ଦୁଇ ପାଠ ପଢ଼ିବା ପାଇଁ ଦୁଇ ବର୍ଷରେ ୪୦ ହଜାର ଟଙ୍କା (ବର୍ଷକୁ ୨୦ ହଜାର ଟଙ୍କା ହିସାବରେ) ଛାତ୍ର ବୃତ୍ତି ପ୍ରଦାନ କରାଯିବ।

ଏ ସଂପର୍କରେ ଦୈନିକ ସମ୍ବାଦରେ ଖୁବ୍‌ଶୀଘ୍ର ଏକ ବିଜ୍ଞାପନ ପ୍ରକାଶିତ ହେବ। ଯୋଗ୍ୟ ଛାତ୍ରଛାତ୍ରୀମାନେ ବିଜ୍ଞାପନରେ ଦିଆଯାଇଥିବା ସୂଚନା ଅନୁସାରେ ଯଥାଶୀଘ୍ର ଆବେଦନ ପତ୍ର ପଠାଇବା ପାଇଁ ସମ୍ବାଦ-ଆମ ଓଡ଼ିଶା ଚାରିଟେବୁଲ୍‌ ଟ୍ରଷ୍ଟପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର