‘ସମ୍ବାଦ’ ପ୍ରତିନିଧି ଜଗଦୀଶ ରାଓଙ୍କ ପରଲୋକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ‘ସମ୍ବାଦ’ ପ୍ରତିନିଧି ଏ. ଜଗଦୀଶ ରାଓଙ୍କ ଆଜି ସକାଳେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା।

ଆଜି ସକାଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରେ ବର୍ତମାନ ତାଙ୍କର ବୃଦ୍ଧା ମା’ଙ୍କ ସହ ପତ୍ନୀ, ୨ଝିଅ ଅଛନ୍ତି। ସ୍ୱର୍ଗତଃ ରାଓ ନିଜ ଅଞ୍ଚଳରେ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ପରିଚିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ଜୟପୁର ସଂସ୍କରଣ ଶାଖା ପରିଚାଳକ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ରାଓଙ୍କ ଶୋକାକୁଳ ପରିବାରଙ୍କୁ ସମଦେବନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର