ଘୁ.ଉଦୟଗିରି: ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଜନ୍ମ ଜୟନ୍ତୀକୁ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଥିବା ବେଳେ ସ୍ଥାନୀୟ ସହରର ସୁଭଦ୍ରା ମହତାବ ସେବା ସଦନ ପରିସରରେ ଏହି ଦିବସକୁ ମହାଆଡମ୍ବରରେ ପାଳନ କରାଯାଇଛି।
ସମ୍ବାଦ ପ୍ରତିନିଧି ସମୀର କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଏବଂ ଥାନା ମହିଳା ଏସଆଇ ରଞ୍ଜିତା ବେହେରା ଯୋଗ ଦେଇ ମଧୁବାବୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ କରିଥିଲେ।
ପ୍ରଥମେ ସୁଭଦ୍ରା ମହତାବ ସେବାସଦନର ଛାତ୍ରୀମାନେ ମଧୁବାବୁଙ୍କ ଆବହନୀ ସଙ୍ଗୀତ ଗାନ କରିବା ପରେ ଛାତ୍ରୀମାନେ ମଧୁବାବୁଙ୍କ ଜୀବନୀ ପଠନ କରିଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମାନିତ ଏତିଥି ନିଜ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଛାତ୍ରୀମାନଙ୍କୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନିଃସ୍ୱାର୍ଥପର ଭାବେ ଏହି ଜାତି ପାଇଁ କିଛି କରିବାର ପଣ କରି ନିଜ ଭବିଷ୍ୟତ ଗଢିବାକୁ ପରାମର୍ଶ ଦେବା ସହ ସମ୍ବାଦ ପକ୍ଷରୁ ହେଉଥିବା ସ୍ୱାଭିମାନ ଦିବସର ତାତ୍ପର୍ଯ୍ୟ ବିଷୟରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ମହତାବ ସେବାସଦନର ସମସ୍ତ କାର୍ଯ୍ୟରତ କର୍ମଚାରୀ ଏବଂ ଯୁବ ସାମ୍ବାଦିକ ଚିନ୍ମୟ ସେଠି, ବିଷ୍ଣୁ ପ୍ରସାଦ ସାହୁ ସହଯୋଗ କରିଥିବା ବେଳେ ଶେଷରେ ଛାତ୍ରୀମାନେ ଉଦ୍ଯାପନୀ ସଙ୍ଗୀତ ଗାନ କରିଥିଲେ। ସୁଭଦ୍ରା ମହତାବ ସେବା ସଦନର ଅଧ୍ୟକ୍ଷା ଭାନୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।