ଭୁବନେଶ୍ୱର : ଡାକ କର୍ମଚାରୀଙ୍କ ଧର୍ମଘଟ କାରଣରୁ ଗ୍ରାମୀଣ ଓଡ଼ିଶାରେ ଗତ କିଛିଦିନ ହେଲା ଡାକସେବା ବ୍ୟାହତ ହୋଇଥିବାରୁ ସମ୍ବାଦ-ଆମ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଘୋଷିତ ଛାତ୍ରବୃତ୍ତି ଯୋଜନା-୨୦୧୮ ପାଇଁ ଆବେଦନ ପତ୍ରର ଗ୍ରହଣ ସମୟକୁ ବଢ଼ାଇ ଦିଆଯାଇଛି। ଏହାର ଶେଷ ତାରିଖ ୯ ଜୁନ୍ ୨୦୧୮ ପରିବର୍ତ୍ତେ ୩୦ଜୁନ୍ ୨୦୧୮କୁ ବଢ଼ାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉକି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ଅନୁସାରେ ସାଂସଦ ରୂପେ ସେ ପାଉଥିବା ମାସିକ ବେତନକୁ ରାଜ୍ୟର ଗରିବ ଚାଷୀ ପରିବାରର ମେଧାବୀ ଛାତ୍ରଛାତ୍ରମାନଙ୍କୁ ଛାତ୍ରବୃତ୍ତି ଆକାରରେ ଦେବାର ଯୋଜନା କରାଯାଇଛି। ସମ୍ବାଦ-ଆମ ଓଡ଼ିଶା ଚାରିଟେବୁଲ୍ ଟ୍ରଷ୍ଟ ମାଧ୍ୟମରେ ଏ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଦୁଇବର୍ଷରେ ୪୦ ହଜାର ଟଙ୍କାର ବୃତ୍ତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ଜଣେ ହିସାବରେ ମୋଟ ୩୦ଜଣଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ଏ ସଂପର୍କରେ ନିୟମାବଳୀ ଓ ଦରଖାସ୍ତ ଫର୍ମ ଗତ ମଇ ୧୦ ତାରିଖ, ୨୪ ତାରିଖ ଓ ଜୁନ୍ ୧ ତାରିଖରେ ଦୈନିକ ସମ୍ବାଦରେ ପ୍ରକାଶ ପାଇଛି।
ତେବେ ଡାକ ବିଭାଗର ଧର୍ମଘଟ କାରଣରୁ ଆବେଦନକାରୀଙ୍କ ଅସୁବିଧାକୁ ଲକ୍ଷ୍ୟରେ ରଖି ଦରଖାସ୍ତ ଗ୍ରହଣର ଶେଷ ତାରିଖକୁ ୯ ଜୁନ୍ ୨୦୧୮ ପରିବର୍ତ୍ତେ ୩୦ ଜୁନ୍କୁ ଘୁଞ୍ଚାଇ ଦିଆଯାଇଛି।